Categories: ଜାତୀୟ

କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ପଦ ଛାଡ଼ିଲେ ଏମ୍‌ଏଲ୍‌ଏ

ଚଣ୍ଡିଗଡ଼, ୧।୧୨ : ନୂଆ କୃଷି ଆଇନକୁ ବିରୋଧ କରି
ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ବହୁ ସଂଖ୍ୟାରେ କୃଷକ। ଏହି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ହରିୟାଣା ଏମ୍‌ଏଲଏ ସୋମବୀର ସାଙ୍ଗଓ୍ବାନ ରାଜ୍ୟର ପଶୁଧନ ବିକାଶ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସାଙ୍ଗଓ୍ବାନ ଜଣେ ସ୍ବାଧୀନ ଏମ୍‌ଏଲ୍‌ଏ। ବିଜେପି-ଜେଜେପି ମିଳିତ ସରକାର ପ୍ରତି ତାଙ୍କ ସମର୍ଥନ ରହିଛି।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାରଙ୍କୁ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୁଁ କୃଷକଙ୍କୁ ସମର୍ଥନ କରି ନିଜ ପଦରୁ ଇସ୍ତଫା ଦେଉଛି। ସମଗ୍ର ଦେଶର କୃଷକଙ୍କ ଭଳି ମୋ ନିର୍ବାଚନ ମଣ୍ଡଳୀ ଦାଦରୀର ଅନ୍ନଦାତାମାନେ ମଧ୍ୟ ନୂଆ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ମୋର ପୂରା ସମର୍ଥନ ସେମାନଙ୍କ ସହ ରହିଛି। ଏହା ମୋର ନୈତିକ ଦାୟିତ୍ୱ। ମୋ ଅନ୍ତରର କଥା ଶୁଣିବା ପରେ ମୁଁ ଏହି ନିଷ୍ପତ୍ତି ନେଇଛି।

Share