Categories: ଜାତୀୟ

୨ ଦିନିଆ ରିମାଣ୍ଡରେ କଂଗ୍ରେସ ବିଧାୟକ, ନୁହ ହିଂସା ମାମଲାରେ ହୋଇଥିଲେ ଗିରଫ

ଚଣ୍ଡିଗଡ,୧୫।୯: ହରିୟାଣାର ନୁହରେ ଘଟିଥିବା ହିଂସା ଘଟଣାରେ ଗୁରୁବାର ଗିରଫ ହୋଇଥିବା କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଶୁକ୍ରବାର ମାମନ ଖାନଙ୍କୁ କୋର୍ଟରେ ହାଜର କରାଯାଇଛି। ଯେଉଁଠାରେ କୋର୍ଟ ତାଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ହେଲେ ପୋଲିସ ୭ ଦିନ ରିମାଣ୍ଡରେ ନେବାକୁ ଦାବି କରିଥିଲା।

ନୁହ ହିଂସା କରିବାକୁ ଷଡଯନ୍ତ୍ର ଅଭିଯୋଗରେ ହରିୟାଣା ପୋଲିସ ବିଳମ୍ବିତ ରାତିରେ ରାଜସ୍ଥାନର ଫିରୋଜପୁର ଝିରକାରରୁ କଂଗ୍ରେସ ବିଧାୟକ ମାମନ ଖାନଙ୍କୁ ଗିରଫ କରିଥିଲା। ହରିୟାଣା ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ, ଜୁଲାଇ ୩୧ରେ ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ସଂପର୍କରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ମଧ୍ୟରୁ କଂଗ୍ରେସ ବିଧାୟକ ମାମନଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ତାଙ୍କ ବିରୋଧରେ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ରହିଛି।

Share