Categories: ଜାତୀୟ

ହରିୟାଣା ପଞ୍ଚାୟତ ନିର୍ବାଚନ ୨୦୨୨: ୯ ଜିଲାରେ ମତଦାନ ଆରମ୍ଭ, ସକାଳ ୭ଟାରୁ ଲାଇନରେ ଠିଆ ହୋଇଛନ୍ତି ଭୋଟର

ଚଣ୍ଡିଗଡ଼,୩୦ ।୧୦: ହରିୟାଣା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରବିବାର ୯ ଜିଲାରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏସବୁ ଜିଲା ଭିତରେ ରହିଛନ୍ତି, ଭବନୀ, ଝଜ୍ଜର, କୈଥଲ, ମହେ୍‌ଦ୍ରଗଡ, ନୁଂହ, ପଞ୍ଚକୁଲା. ପାନିପତ ଓ ଯମୁନା ନଗରରେ ପଞ୍ଚାୟତ ସମିତି ଓ ଜିଲା ପରିଷଦ ସଦସ୍ୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହି ସବୁ ଜିଲାରେ ୬୧ ବ୍ଲକରେ ୧୨୭୮ ପଞ୍ଚାୟତ ସମିତି ଓ ୧୭୫ ଜିଲା ପରିଷଦ ସଦସ୍ୟ ମଇଦାନରେ ଅଛନ୍ତି । ପାନିପତରେ ପ୍ରଥମ ଘଣ୍ଟାରେ ୨.୬ ପ୍ରତିଶତ ଭୋଟ ଗ୍ରହଣ କରାଯାଇଥିବା ବେଳେ ଝଜ୍ଜର ଜିଲାରେ ଏବେ ପର୍ଯ୍ୟନ୍ତ ୩ ପ୍ରତିଶତ ମତଦାନ ହୋଇଛି । ଭୋଟ ଦେବାକୁ ସଳାଳ ୭ଟାରୁ ଲୋକେ ଲାଇନରେ ଠିଆ ହୋଇଛନ୍ତି ।
୯ ଜିଲାର ୪୯ଲକ୍ଷ ୬୭ ହଜାର ୯୨ ଜଣ ମତଦାତା ଥିବା ବେଳେ ୬୦୧୯ ପୋଲିଂ ବୁଥରେ ୧୨୭୮ ପଞ୍ଚାୟତ ସଦସ୍ୟ ଓ ୧୭୫ ଜିଲା ପରିଷଦ ସଦସ୍ୟଙ୍କ ପାଇଁ ମତଦାନ ହେବ ।

Share