Categories: ଜାତୀୟ

ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଏସ୍‌ପିଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ମିଳିବ ଚାକିରି

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହାଁ ଜିଲାର ମେ ଓ୍ବାତରେ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କ ହତ୍ୟା ମାମଲାରେ ଗୃହମନ୍ତ୍ରୀ ଅନୀଲ ବିଜ ଖଣି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଉକ୍ତ ମାଫିଆମାନଙ୍କୁ ଧରିବା ପାଇଁ ଯେତିକି ଫୋର୍ସ ଆବଶ୍ୟକ ତା’ଠାରୁ ଅଧିକ ଆମେ ଲଗାଇଦେବୁ। ଯଥାଶୀଘ୍ର ଅପରାଧୀଙ୍କୁ ଧରିବା ପାଇଁ ଆଖପାଖ ଜିଲାରେ ଫୋର୍ସ ମୁତୟନ କରିଯିବ ବୋଲି ଅନୀଲ ବିଜ କହିଛନ୍ତି। ଅନ୍ୟପଟେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଡିଏସ୍‌ପିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ଶହୀଦ ପୋଲିସ ଅଧିକାରୀଙ୍କ ପରିବାରଲୋକଙ୍କୁ ୧କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Share