ଚଣ୍ଡିଗଡ,୧୨।୯: ନିକଟରେ ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ପୋଲିସ ଅଟକ ରଖିଛି। ମାନେସର ବଜାର ଯାଉଥିବାବେଳେ ବୋଲେରୋରେ ଆସିଥିବା ହରିୟାଣା ପୋଲିସ କର୍ମଚାରୀ ତାଙ୍କୁ ଅଟକ ରଖିଥିଲେ। ରାଜସ୍ଥାନ ପୋଲିସ ମଧ୍ୟ ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି। ମାନେସରଙ୍କୁ ହରିୟାଣା ପୋଲିସ ରାଜସ୍ଥାନ ପୋଲିକକୁ ହସ୍ତାନ୍ତର କରିବ।
ମୋନୁ ମାନେସରଙ୍କୁ ହରିୟାଣା ପୋଲିସର ସିଆଇଏ କର୍ମଚାରୀମାନେ ଧରିଥିଲେ। ହରିୟାଣାରେ ମୋନୁ ମାନେସରଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ୩୧ ଜୁଲାଇ ୨୦୨୩କୁ ହରିୟାଣାର ନୁହରେ ଘଟିଥିବା ହିଂସା ସୃଷ୍ଟି କରିବା ମାମଲାରେ ମୋନୁ ମାନେସରଙ୍କ ନାମ ଜଡିତ ଥିଲା। ମାନେସରଙ୍କ ସହ ବିଟୁ ବଜରଙ୍ଗୀଙ୍କ ଏକ ଉତ୍ତେଜନାମୂଳକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।