Categories: ଜାତୀୟ

୧୪ରୁ ଖୋଲିବ ହରିୟାଣା ସ୍କୁଲ: ଛାତ୍ରୀଛାତ୍ରମାନେ ଦାଖଲ କରିବେ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ

ଚଣ୍ଡିଗଡ଼, ୧୦।୧୨- ହରିୟାଣାରେ ଆସନ୍ତା ୧୪ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପିଲାଙ୍କୁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ସ୍କୁଲ ଚାଲିବ ବୋଲି ସ୍କୁଲ୍‌ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ସର୍କୁଲାରରେ କୁହାଯାଇଛି, ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ବିଦ୍ୟାଳୟରେ ଡିସେମ୍ବର ୧୪ ରୁ ଦୈନିକ ତିନି ଘଣ୍ଟା ପଢିବାକୁ ଅନୁମତି ଦିଆଯିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ଛାତ୍ରୀଛାତ୍ରମାନେ ପାଠ ପଢିପାରିବେ।

Share