Categories: ଜାତୀୟ

ପ୍ରବଳ ଶୀତ ଯୋଗୁ ଜାନୁୟାରୀ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସ୍କୁଲ, ଘୋଷଣା କଲେ ସରକାର

ଚଣ୍ଡିଗଡ,୨୩।୧୨: ହରିୟାଣାର ସରକାର ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଜାନୁୟାରୀ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ଛୁଟି ରହିବ। ଜାନୁୟାରୀ ୧୬ରୁ ସ୍କୁଲଗୁଡିକ ଖୋଲିବ । ରାଜ୍ୟର ସମସ୍ତ ଜିଲାର ଜିଲା ଶିକ୍ଷା ଅଧିକାରୀ, ଜିଲା ମୌଳିକ ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ହରିୟାଣା ଶିକ୍ଷା ବିଭାଗ ଏକ ଚିଠି ଜାରି କରିଛି।

ସୂଚନାଯୋଗ୍ୟ, ହରିୟାଣା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଶୀତଦିନେ୧୫ଦିନ ସ୍କୁଲ ଛୁଟି ଘୋଷଣା କରାଯାଏ। ଏହି କ୍ରମରେ ହରିୟାଣା ସରକାର ଏକ ଚିଠି ଜାରି କରି ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି। ଚିଠି ଅନୁଯାୟୀ, ରାଜ୍ୟର ସମସ୍ତ ଜିଲାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଛୁଟି ହେବ।

Share