Categories: ଜାତୀୟ

ବେସରକାରୀ ଚାକିରୀରେ ସ୍ଥାନୀୟ ଯୁବକଙ୍କ ପାଇଁ ୭୫ ପ୍ରତିଶତ ପଦବୀ ସଂରକ୍ଷିତ

ଚଣ୍ଡିଗଡ଼,୩।୩ : ହରିୟାଣାରେ ଯୁବକଙ୍କ ପାଇଁ ବେସରକାରୀ କାକିରୀରେ ୭୫ ପ୍ରତିଶତ ପଦବୀ ସଂରକ୍ଷିତ ରହିବ। ତେବେ ମାସିକ ୫୦ ହଜାରରୁ କମ୍‌ ଦରମା ମିଳୁଥିବା ପଦବୀ କ୍ଷେତ୍ରରେ ଏହି ଆଇନ କାର୍ଯ୍ୟକାରୀ ହେବ। ହରିୟାଣା ଗଭର୍ନରଙ୍କ ମୋହର ବାଜିବା ପରେ ଏହି ବିଲ ଆଇନରେ ପରିଣତ ହୋଇଥିବା ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ମଙ୍ଗଳବାର ଘୋଷଣା କରିଛନ୍ତି। ଏହି ବିଲ ରାଜ୍ୟ ବିଧାନସଭାରେ ଗତବର୍ଷ ପାରିତ ହୋଇଥିଲା।

ରାଜ୍ୟର ଯୁବକଙ୍କ ପାଇଁ ଏହା ଖୁସିର ବିଷୟ। ରାଜ୍ୟ ଯୁବକଙ୍କୁ ବେସରକାରୀ ଚାକିରୀ କ୍ଷେତ୍ରରେ ୭୫ ପ୍ରତିଶତ ପଦବୀ ସଂରକ୍ଷିତ ରଖାଯିବ। ସେମାନେ ପ୍ରତ୍ୟେକ କମ୍ପାନୀ, ସୋସାଇଟି ଓ ଟ୍ରଷ୍ଟରେ ଚାକିରୀ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ କହିଛନ୍ତି। ରାଜ୍ୟର ଯୁବକଙ୍କ ପାଇଁ ବେସରକାରୀ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା କରିବା ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି)ର ମୁଖ୍ୟ ନିର୍ବାଚନ ପ୍ରତିଶୃତି ଥିଲା।

Share