Categories: ଜାତୀୟ

ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ, ହିଂସା ପଛରେ ଷଡଯନ୍ତ୍ର ସନ୍ଦେହ

ଚଣ୍ଡିଗଡ,୨।୮: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ହିଂସାରେ ୧୦ଜଣ ପୋଲିସ କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୋହନା, ଗୁରୁଗ୍ରାମ, ପାଲୱାଲ ଏବଂ ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ହିଂସା ଏବଂ ଦଙ୍ଗା ସଂପର୍କରେ ନୁହ ବ୍ୟତୀତ ମୋଟ ୪୪ଟି ଏଫଆଇଆର୍‌ ପଞ୍ଜିକୃତ ହୋଇଛି। ୭୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଆଖପାଖ ସହରଗୁଡିକରେ ୧୪୪ ଧାରା ବଳବତ୍ତର ରହିଛି ଏବଂ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ କରାଯାଇଛି।

Share