Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୧୪।୧୧-ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଶନିବାର ଶିମ୍‌ଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଟ୍ଟର ବର୍ତ୍ତମାନ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶୁକ୍ରବାର ସାରେ ହିମାଚଳ ପ୍ରଦେଶ ପହଞ୍ଚିଥିଲେ। ଆଜି ତାଙ୍କର ଫେରିବାର କାର୍ଯ୍ୟକ୍ରମ ଥିଲା। ହଠାତ୍‌ ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ଖଟ୍ଟର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରୁ ସୁସ୍ଥ ହେବା ପରେ ଦୁଇ ସପ୍ତାହରୁ ଅଧିକ ସମୟ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Share