ଜଣାଶୁଣା ହରିୟାଣା ସିଙ୍ଗର ରାଜୁ ପଞ୍ଜାବୀଙ୍କ ପରଲୋକ

ଚଣ୍ଡିଗଡ଼,୨୨।୮: ହରିୟାଣାର ଗାୟକ ରାଜୁ ପଞ୍ଜାବୀଙ୍କର୪୦ ବର୍ଷ ବୟସରେ ହରିୟାଣାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ରାଜୁ ପଞ୍ଜାବୀ ହରିୟାଣାର ହିସାର ଡାକ୍ତରଖାନାରେ କିଛି ସମୟ ଭର୍ତ୍ତି ହୋଇଥିଲେ ଏବଂ ଜଣ୍ଡିସରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ହରିୟାଣା ସଂଗୀତ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।
ଇଣ୍ଡିଆ ଟିଭିର ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଘରକୁ ଫେରିଥିଲେ, କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଗାୟକ କେ.ଡି ଦେଶୀ ରକ ହସ୍ପିଟାଲ ବେଡରୁ ରାଜୁଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ, ରାଜୁ ଫେରିଆସ।
ରାଜୁ ପଞ୍ଜାବୀଙ୍କ ମୃତ୍ୟୁରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଟୁଇଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି, ପ୍ରସିଦ୍ଧ ହରିୟାଣୀ ଗାୟକ ତଥା ସଙ୍ଗୀତ ନିର୍ମାତା ରାଜୁ ପଞ୍ଜାବୀ ଜୀଙ୍କର ଦେହାନ୍ତ ହେବାର ଦୁଃଖଦ ଖବର ମିଳିଛି। ତାଙ୍କ ବିୟୋଗ ହରିୟାଣା ସଙ୍ଗୀତ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତ। ଈଶ୍ୱର ତାଙ୍କ ଶ୍ରୀଚରଣରେ ବିଦାୟ ଆତ୍ମାକୁ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ଅପାର ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।

Share