ମିଳିଗଲେ କି ନବୀନଙ୍କ ଉତ୍ତରାଧିକାରୀ? ଜଣାପଡିଲା ଦିଲ୍ଲୀ କାହିଁକି ଯାଇଥିଲେ…

ଭୁବନେଶ୍ୱର,୨୫।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ସେ କାହିଁକି ଦିଲ୍ଲୀ ଯାଇଥିଲେ ଏନେଇ କିଛି ସ୍ପଷ୍ଟ ହୋଇ ନ ଥିଲେ ବି ରାଜନୀତି ପାଣିପାଗ ଉଷ୍ମ ହୋଇଛି। ଏନେଇ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ କିଛି ପ୍ରତିକ୍ରିୟା ଦେଉନାହାନ୍ତି। ସବୁଠାରୁ ବଡ଼କଥା ହେଉଛି ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯିବା କିଛି ରାଜନୈତିକ ସମୀକରଣକୁ ଇଙ୍ଗିତ କରୁଥିବା ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଏହାରି ଭିତରେ ରାଜନୀତିରୁ ସନ୍ୟାସ ନେବା ପରେ ଏବେ ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ସେ କୁଆଡେ ସବୁଦିନ ପାଇଁ ଓଡ଼ିଶା ଛାଡିଦେବେ। ବିଦେଶରୁ ଆସିଛି ଅଫର, ଚାକିରି ପାଇଁ ପାଣ୍ଡିଆନ ପଳାଇବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଏବେ ଖବର ସାମ୍ନାକୁ ଆସିଛି। ଏମତିକି ଶେଷଥର ପାଇଁ ବିଜେଡିର ବରିଷ୍ଠ ନେତାଙ୍କ ସହ କୁଆଡେ ନିଜର ମନକଥା ବାଣ୍ଟୁଛନ୍ତି ପାଣ୍ଡିଆନ। ଏହା କେତେ ଦୂର ସତ ତାହା ଜଣାପଡି ନ ଥିଲେ ବି ପାଣ୍ଡିଆନଙ୍କୁ ନେଇ ଏମିତି ଏକ ଚର୍ଚ୍ଚା ଏବେ ଓଡ଼ିଶା ରାଜନୀତିରେ ଚହଳ ପକେଇଛି। ତେବେ ପାଣ୍ଡିଆନ ଯଦି ସତରେ ଓଡ଼ିଶା ଛାଡୁଛନ୍ତି ଏହା ପଛର କାରଣ କ’ଣ ହୋଇପାରେ? ଦଳ ଭିତରେ ବିରୋଧ ନା ବଡ଼ ଚାକିରିର ଅଫର୍‌?

ତେବେ ନବୀନ ଦିଲ୍ଲୀ ଯିବା ଆଉ ପାଣ୍ଡିଆଙ୍କୁ ବିଦେଶରୁ ଚାକିରି ଅଫର୍‌ ଆସିବା ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ହଲଚଲ କରିଛି। ଏନେଇ ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ଦିଲ୍ଲୀ କାହିଁକି ଯାଇଛନ୍ତି ନବୀନ ବାବୁ ହିଁ କହିପାରିବେ। ସେହିପରି ଉତ୍ତରାଧିକାରୀ ପ୍ରସଙ୍ଗରେ ବିଜୟ କହିଛନ୍ତି, ନବୀନଙ୍କ ପରିବାରରୁ ବିଜେଡି ରାଜନୀତିକୁ ଆସିବା ସମ୍ଭାବନା କମ। ପୁତୁରା ଅରୁଣ ଓ ଝିଆରୀ ଗାୟତ୍ରୀ ମଧ୍ୟ ନେତୃତ୍ୱ ନେଇପାରିବେ ନାହିଁ। ପରିବାରରେ କେହି ବିଜେଡିର ନେତୃତ୍ୱ ନେଲା ଭଳି ନାହାନ୍ତି। ଦଳରେ ଯାହା ଚାଲିଛି, ବାହାରକୁ ଜଣାପଡୁଛି ଠିକ ଠାକ ନାହିଁ ବୋଲି ବିଜୟ କହିଛନ୍ତି।

ନବୀନ ପଟ୍ଟନାୟକଙ୍କ  ଦିଲ୍ଲୀ ଗସ୍ତକୁ ନେଇ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।  ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଅରୁଣ ଅରୁଣ କହିଛନ୍ତିି। ଏବେ କୌଣସି ରାଜନୈତିକ ସମୀକରଣ ହେବାର ନାହିଁ। ରାଜନୈତିକ ଆଲୋଚନା ହେଲେ ସମସ୍ତେ ଜାଣିବେ ବୋଲି ଅରୁଣ କହିଛନ୍ତି। ଦିଲ୍ଲୀରେ ନବୀନ ବାବୁଙ୍କ ଘର ଅଛି। ବହୁ ଦିନ ହେବ ଯାଇନଥିଲେ ଏବେ ଗଲେ ବୋଲି ଅରୁଣ କହିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର ପ୍ରଥମ ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଅଧ୍ୟକ୍ଷତା କରି, ଏମ.କେ. ଷ୍ଟାଲିନ କହିଛନ୍ତି ଯେ ନିରପେକ୍ଷ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି ବୈଠକରେ ଆମ ସହିତ ଯୋଗ ଦେଇଥିବା କେରଳ, କର୍ନାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ନେତାମାନଙ୍କୁ ମୁଁ ହୃଦୟର ସହିତ ସ୍ବାଗତ କରୁଛି। ଆମେ ସୀମା ର୍ନିଦ୍ଧାରଣ ବିରୋଧରେ ନୁହଁ, ଆମେ ନିରପେକ୍ଷ ସୀମା ର୍ନିଦ୍ଧାରଣର ସପକ୍ଷରେ। କର୍ତ୍ତୃତ୍ୱ ପ୍ରତିଷ୍ଠା ପାଇଁ ନିରନ୍ତର ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Naveen Patnaik at JAC: ତେବେ ଡିଲିମିଟେସନକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ସଭାପତି Naveen Patnaik। ଜନସଂଖ୍ୟା ଆଧାରରେ ସୀମା ର୍ନିଦ୍ଧାରଣକୁ ବିରୋଧ କରିବା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ନୀବନ । ଜନସଂଖ୍ୟା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଡିଶା ଭଳି ରାଜ୍ୟ ପାଇଁ ଏହା ଅନ୍ୟାୟ ବୋଲି କହିଛନ୍ତି ନବୀନ ।
ଏନେଇ Naveen Patnaik କହିଛନ୍ତି, ଦେଶର ବିକାଶରେ ଜନସଂଖ୍ୟା ନିୟନ୍ତ୍ରଣ ଏକ ଗୁରୁତ୍ପୂର୍ଣ୍ଣ ଏଜେଣ୍ଡା । ହେଲେ ସୀମା ର୍ନିଦ୍ଧାରଣରେ ଜନସଂଖ୍ୟା ଏକମାତ୍ର ଆଧାର ହେବା ଅନୁଚିତ। ଜନସଂଖ୍ୟା ଆଧାରରେ ଆସନ ର୍ନିଦ୍ଧାରଣ କରିବା ଜନସଂଖ୍ୟା ହ୍ରାସ ଦିଗରେ କାର୍ଯ୍ୟ କରିଥିବା, ଓଡିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବ । ଓଡ଼ିଶା ଜନସଂଖ୍ୟା ନିୟନ୍ତ୍ରଣରେ ଅଗ୍ରଣୀ ଭୂମିକା ନେଇଛି । ଯଦି ସୀମା ର୍ନିଦ୍ଧାରଣରେ ସଂସଦ ଓ ବିଧାନସଭା ସିଟ କମେ, ତାହେଲେ ଓଡ଼ିଶାବାସୀଙ୍କ ସ୍ବାର୍ଥରେ ହାନି ପହଞ୍ଚାଇବ । କେନ୍ଦ୍ର ସରକାର ଏନେଇ ସବୁ ରାଜନୈତିକ ଦଳ ସହ ବୈଠକ କରି ବିସ୍ତୃତ ଆଲୋଚନା କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି ନବୀନ ।ସେପଟେ ନବୀନଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି ଭାଜପା । ନବୀନ ନଈ ନଦେଖୁଣୁ ଲଙ୍ଗଳା ହେଉଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ଭାଜପା ଏମପି ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି, ଭାଜପାକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି ନବୀନ । ଭାଜପା ବିରୋଧରେ ମେଣ୍ଟ କରୁଛନ୍ତି, ହେଲେ ଏହା ପୂର୍ବରୁ ନବୀନ ଆତ୍ମସମୀକ୍ଷା କରିବା ଦରକାର । ଡିଲିମିଟେସନ ପାଇଁ କୌଣସି ଗାଇଡଲାଇନ ଆସିନି । ଡିଲିମିଟେସନ ନିୟମିତ ପ୍ରକ୍ରିୟା, ନବୀନ ନଈ ନ ଦେଖି ଲଙ୍ଗଳା ହେଉଛନ୍ତି । ଏହାଦ୍ବାରା ଓଡ଼ିଶାର କ୍ଷତି ହେବନି, ବରଂ ଲାଭ ହେବ । ବିଜେଡି ଏହାକୁ ବିରୋଧ କରି ଓଡ଼ିଶା ବିରୋଧୀ ପାଲଟୁଛି । ଭାଜପାକୁ ବିରୋଧ କରିବା ପାଇଁ କଂଗ୍ରେସ-ବିଜେଡି ଅଘୋଷିତ ମେଣ୍ଟ କରୁଛନ୍ତି ବୋଲି କହିଛନ୍ତି ସୁକାନ୍ତ ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡିଏମକେ ନେତୃତ୍ୱରେ ଅନୁଷ୍ଠିତ ସର୍ବଦଳୀୟ ବୈଠକକୁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଛନ୍ତି ଯେଉଁଥିରେ 58ଟି ଦଳ ଗୋଟିଏ ପ୍ରସଙ୍ଗ ପାଇଁ ମତଭେଦକୁ ପାଶୋରି ଅଂଶଗ୍ରହଣ କରିଥିଲେ। ସେ କହିଥିଲେ ଯେ ଏହି ସହମତି ତାମିଲନାଡୁର ଗଣତନ୍ତ୍ର ଏବଂ ନ୍ୟାୟ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଷ୍ଟାଲିନ ଏକ ପୃଥକ ଭିଡିଓ ବାର୍ତ୍ତାରେ ଏହା ମଧ୍ୟ କହିଛନ୍ତି ଯେ ଯଦି ପ୍ରସ୍ତାବିତ ସୀମା ର୍ନିଦ୍ଧାରଣ ଯୋଗୁଁ ତାମିଲନାଡୁ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ସଂସଦରେ ପ୍ରତିନିଧିତ୍ୱ ହରାଇବେ, ତେବେ ଏହା ସଂଘୀୟତାର ମୂଳଦୁଆ ଉପରେ ଆଘାତ କରିବ, ଗଣତନ୍ତ୍ରକୁ ନଷ୍ଟ କରିବ ଏବଂ ଅଧିକାର ସହିତ ସାଲିସ କରିବ।

ତେବେ ଗୋଟିଏ ପଟେ ମୋଦିଙ୍କ ବିରୋଧରେ ଏହି ବୈଠକ ହେଉଥିବାବେଳେ ତାମିଲନାଡୁରେ ବିରୋଧୀ ଭାରତୀୟ ଜନତା ପାର୍ଟି କଳା ପତାକା ଦେଖାଇ ପ୍ରତିବାଦ କରିଥିଲା ଏବଂ ଷ୍ଟାଲିନଙ୍କୁ କର୍ନାଟକ ଏବଂ କେରଳ ସହିତ କାବେରୀ ଏବଂ ମୁଲ୍ଲାପେରିଆର ଜଳ ବଣ୍ଟନ ବିବାଦ ଉପରେ ଏପରି ବୈଠକ ଡାକି ନଥିବା ଅଭିଯୋଗ କରିଥିଲା।

କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି ଯେ ସେ କୌଣସି ମୂଲ୍ୟରେ ତାଙ୍କ ଆସନ ହ୍ରାସ କରିବାକୁ ଦେବେ ନାହିଁ। ସେ ଦାବି କରିଥିଲେ ଯେ ଦକ୍ଷିଣ ଭାରତ ସର୍ବଦା ଜନଗଣନା ନିୟମ ଏବଂ ପରିବାର ନିୟୋଜନ ନୀତି ବଜାୟ ରଖିଛି, ଏହାକୁ ଏକ ପ୍ରଗତିଶୀଳ ଅଞ୍ଚଳ କରିଛି। ଆର୍ଥିକ ଏବଂ ସାକ୍ଷରତା ଦୃଷ୍ଟିରୁ, ଆମେ ସର୍ବଦା ଆଗକୁ କାମ କରିଛୁ। ଆମେ ସବୁବେଳେ କେବଳ ଆମର ସୱାର୍ଥ ନୁହେଁ, ଜାତୀୟ ସୱାର୍ଥକୁ ସୁରକ୍ଷା ଦେଇଆସିଛୁ।

ମୋଦିଙ୍କ ବିରୋଧରେ ବିଜେଡି କରିବ ବଡ଼ ପ୍ଲାନ। ଇଣ୍ଡିଆ ମେଣ୍ଟ ସହ ମିଶି ଭାଜପା ବିରୋଧରେ ମଇଦାନକୁ ଓହ୍ଲାଇବ ବିଜେଡି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ କମିଟିର ପ୍ରଥମ ବୈଠକରେ ଓଡ଼ିଶାରୁ ଉଭୟ ବିଜେଡି ଏବଂ କଂଗ୍ରେସ ଯୋଗଦେଇଛନ୍ତି। ଚେନ୍ନାଇରେ ଆରମ୍ଭ ହୋଇଛି ଡିଲିମିଟେସନ ବୈଠକ। ଏଥିରେ ସାମିଲ ହୋଇଛନ୍ତି ଭାଜପା ବିରୋଧୀ ରାଜନୈତିକ ଦଳ। ବୈଠକରେ ବିଜେଡିର ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା ସାମିଲ ହୋଇଛନ୍ତି। ମୋଦି ବିରୋଧୀ କ୍ୟାମ୍ପରେ ବିଜେଡିର ଯୋଗଦାନକୁ ନେଇ ଚର୍ଚ୍ଚା ଏବେ ଓଡ଼ିଶାରେ ଚହଳ ପକାଇଛି। ତାମିଲନାଡୁରୁ ଉଠିଥିବା ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ଏବେ ଦେଶର ଅନେକ ରାଜ୍ୟରେ ପହଞ୍ଚିଛି। ସୀମା ର୍ନିଦ୍ଧାରଣ ଯୋଗୁଁ ସଂସଦରେ ପ୍ରତିନିଧିତ୍ୱ ହରାଇବାର ସମ୍ଭାବନା ଥିବା ରାଜ୍ୟଗୁଡ଼ିକ ଏବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଏହି ଲଢ଼େଇରେ ସାମିଲ ହୋଇଛନ୍ତି।

BJD Join Delimitation Meet: ଆଜି ସୀମା ର୍ନିଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ପ୍ରଥମ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କଂଗ୍ରେସ ସହ ମିଶି ବିଜେଡି ଭାଜପା ବିରୋଧରେ ଆଜି ଆଗାମୀ ଯୁଦ୍ଧ ପାଇଁ ସମରସଜ୍ଜା ଆରମ୍ଭ କରିବ। ତାମିଲନାଡୁ ସରକାର 7ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିମଧ୍ୟରୁ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୋଟିଏ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ବାକି ରାଜ୍ୟର ପ୍ରତିନିଧିମାନେ ଏହି ବଡ଼ ବୈଠକରେ ଯୋଗ ଦେବାକୁ ଯାଉଛନ୍ତି।

BJD Join Delimitation Meet: କେନ୍ଦ୍ର ସରକାରଙ୍କ ପକ୍ଷରୁ ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଓଡ଼ିଶା ସମେତ ତାମିଲନାଡୁ, କର୍ନାଟକ, କେରଳ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ବ୍ୟାପକ କ୍ଷତି ହେବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା କ୍ଷତି ସହିବାକୁ ଥିବା ୮ ରାଜ୍ୟର ପ୍ରତିନିଧି ଚେନ୍ନାଇଠାରେ ପହଞ୍ଚିବା ପରେ ଷ୍ଟାଲିନ୍‌ ଏକ୍ସ’ରେ ଉଲ୍ଲେଖକରିଛନ୍ତି, ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ନେଇ ଚେନ୍ନାଇରେ ହେବାକୁ ଥିବା ପ୍ରଥମ ମିଳିତ କାର୍ଯ୍ୟାନୁଷ୍ଠାନ ବୈଠକକୁ କେରଳ, କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ବାଗତ।

BJD Join Delimitation Meet: ସୀମା ର୍ନିଦ୍ଧାରଣକୁ ବିରୋଧ କରିବା ପାଇଁ ସିଏମ ଷ୍ଟାଲିନଙ୍କ ନେତୃତ୍ୱରେ ଏକ ମିଳିତ କାର୍ଯ୍ୟ କମିଟି ଗଠନ କରାଯାଇଛି। ଏହି କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବ। ଏହି ବୈଠକର ଉଦ୍ଦେଶ୍ୟ ହେଉଛି ସୀମା ର୍ନିଦ୍ଧାରଣ ପ୍ରକ୍ରିୟାକୁ ବନ୍ଦ କରିବା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଏକତା ପ୍ରତିଷ୍ଠା କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସର ରୂପରେଖା ପ୍ରସ୍ତୁତ କରିବା।

BJD Join Delimitation Meet: ଗତ ୫ ଦଶନ୍ଧି ଧରି ଦେଶରେ କୌଣସି ସୀମା ର୍ନିଦ୍ଧାରଣ ହୋଇନାହିଁ। ଏହା ୨୦୨୬ ପରେ ନିଶ୍ଚିତ ହେବ ବୋଲି ବିଶ୍ୱାସ କରାଯାଉଛି। ସୀମା ର୍ନିଦ୍ଧାରଣରେ, ଜନସଂଖ୍ୟା ଅନୁସାରେ ଲୋକ ସଭା ଆସନ ବଣ୍ଟନ କରାଯିବ। ଅର୍ଥାତ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଅଧିକ ଆସନ ପାଇବ ଏବଂ କମ ଜନସଂଖ୍ୟା ଥିବା ରାଜ୍ୟ କମ ଆସନ ପାଇବ।

BJD Join Delimitation Meet: ଯଦି ଆମେ ୨୦୧୧ ମସିହାର ଜନସଂଖ୍ୟା ତଥ୍ୟ ଉପରେ ନଜର ପକାଇବା, ତେବେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟାରେ ବିପୁଳ ବୃଦ୍ଧି ଘଟିଛି, ଯେତେବେଳେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏପରି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ ଉତ୍ତର ଭାରତର ରାଜ୍ୟ ଯେପରିକି ୟୁପି, ବିହାର, ରାଜସ୍ଥାନ, ଏମପିରେ ଲୋକସଭା ଆସନରେ ବଡ଼ ବୃଦ୍ଧି ହେବ, ଯେତେବେଳେ ତାମିଲନାଡୁ, କେରଳ, କର୍ନାଟକ, ତେଲେଙ୍ଗାନା ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ସଂସଦରେ ହ୍ରାସ ପାଇବ। ଏହି କାରଣରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହି ପ୍ରସଙ୍ଗରେ କେନ୍ଦ୍ର ସହିତ ମୁହାଁମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୯ ମାର୍ଚ୍ଚରୁ ଓଡ଼ିଶାକୁ ଫେରିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬ା୩: ୨୯ ମାର୍ଚ୍ଚରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ରହିଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ...

ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୩: ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ରାଜ୍ୟରେ ଆଇନ...

କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଲେ -ଏମିତି କ’ଣ ଘଟିଛି ଯେ…

ଭୁବନେଶ୍ୱର,୨୬।୩: ଓଡ଼ିଶାରେ ଭାଜପା ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ବିରୋଧୀ ଅପରାଧ ବଢ଼ିବାରେ ଲାଗିଥିବା ଅଭିଯୋଗ ଆଣି କଂଗ୍ରେସ ଗୃହ କମିଟି ଗଠନ ଦାବିରେ...

ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା...

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨...

‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’

ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ...

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ...

ଆଖି ଦେଖାଇଲେ ଅରୁଣ ସାହୁ, କହିଲେ ବିଧାନସଭା ଭିତରେ ପୋଲିସ କାହିଁକି ପୁରେଇଲ…

ଭୁବନେଶ୍ୱର,୨୬।୩: ନିଲମ୍ବନକୁ ନେଇ ବିଧାନସଭା ଭିତରେ ଏବଂ ବାହାରେ ହାଇଡ୍ରାମା । କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହେବା ପରେ କଂଗ୍ରେସ ସହ ପ୍ରତିବାଦକୁ ଓହ୍ଲାଇଛି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image