ପୂର୍ବ ପ୍ରେମିକାଙ୍କ ବିବାହ ପାଇଁ ଘୁଞ୍ଚାଇଲେ ଶୁଟିଂ

ମୁମ୍ବାଇ: ଏବେ କଟ୍ରିନାଙ୍କ ବିବାହ ନେଇ ଜୋରଦାର ଚର୍ଚ୍ଚା ହେଉଛି। ବି-ଟାଉନ ସେଲେବ୍ରିଟିମାନେ ମଧ୍ୟ ଏ ଦୁହିଁଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ଥାନର ଏକ ପ୍ୟାଲେସରେ ଡିସେମ୍ବରରେ ଭିକ୍କି ଏବଂ କଟ୍ରିନାଙ୍କ ବିବାହ ହେବା ନେଇ କୁହାଯାଉଛି। ବର୍ତ୍ତମାନ ନିଜ ଗ୍ରାଣ୍ଡ ୱେଣ୍ଡିଂ ପାଇଁ ଦୁହେଁ କାମରୁ କିଛି ସମୟ ପାଇଁ ବ୍ରେକ ନେଇଛନ୍ତି। ଏହାରି ଭିତରେ ଖବର ଆସିଛି ଯେ, ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ନିଜ ଶୁଟିଂ ଅଟକାଇ ଦେଇଛନ୍ତି। କଟ୍ରିନାଙ୍କ ବିବାହ ପାଇଁ ସେ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଟାଇଗର-୩’ର ଶୁଟିଂ ସ୍ଥଗିତ ରଖିଛନ୍ତି। ତେବେ ସଲମାନ ନିଜ କୋ-ଷ୍ଟାର କଟ୍ରିନାଙ୍କ ବିବାହରେ ଯୋଗ ଦେବା ପାଇଁ ଶୁଟିଂ ଅଟକାଇ ଦେଇଥିବା ଚର୍ଚ୍ଚା ହେଉଛି। ଜାନୁଆରୀରେ ଶୁଟିଂକୁ ରିସିଡ୍ୟୁଲ କରାଯାଇଛି। କେବଳ ଏତିକି ନୁହେଁ ସଲମାନ ତାଙ୍କ ଘନିଷ୍ଠ ବନ୍ଧୁ ଶାହରୁଖଙ୍କ ପାଇଁ ଦୁଇଟି ଫିଲ୍ମର ଶୁଟିଂ ତାରିଖ ମଧ୍ୟ ଆଗକୁ ବଢାଇ ଦେଇଛନ୍ତି।

Share