ପନ୍ତଙ୍କ ପାଇଁ ମନ୍ଦିର ଗଲେ ଉର୍ବଶୀଙ୍କ ମା’!

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ପରେ ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ନିକଟରେ ଅଭିନେତ୍ରୀ ଉର୍ବଶୀ ରୌତେଲା ପନ୍ତ ଆଡମିଟ୍‌ ହୋଇଥିବା ହସ୍ପିଟାଲର ଫଟୋ ଶେୟାର କରି ଚର୍ଚ୍ଚା ଭିତରକୁ ଆସିଥିଲେ। ଏବେ ଉର୍ବଶୀଙ୍କ ମା’ ମୀରା ରୌତେଲା ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏ ହେଲା କୋକିଳାବେନ୍‌ ହସ୍ପିଟାଲ, ଯେଉଁଠି ପନ୍ତ ଆଡମିଟ୍‌ ହୋଇଛନ୍ତି ଏବଂ ଦ୍ୱିତୀୟ ଫଟୋରେ ସେ ଏକ ମନ୍ଦିର ବାହାରେ ଠିଆ ହୋଇଛନ୍ତି। ଫଟୋ ଶେୟାର କରି ଉର୍ବସୀଙ୍କୁ ଟ୍ୟାଗ୍‌ କରି ସେ ଲେଖିଛନ୍ତି, ଚିନ୍ତା କର ନାହିଁ,ସବୁ କିଛି ଠିକ୍‌ ହୋଇଯିବ। ମୀରାଙ୍କର ଏହି ପୋଷ୍ଟକୁ ନେଇ ୟୁଜର୍ସ ଭାବୁଛନ୍ତି କି, ପନ୍ତଙ୍କ ଏଭଳି ଅବସ୍ଥାକୁ ନେଇ ଉବର୍ଶୀ ଚିନ୍ତାରେ ରହିଛନ୍ତି। ଅନ୍ୟପଟେ, ପନ୍ତଙ୍କ ପାଇଁ ମୀରା ମନ୍ଦିରକୁ ଯାଇଥିବା କୁହାଯାଉଛି।

Share