ନୂଆଦିଲ୍ଲୀ,୧୬।୯: ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍ର ଖେଳାଳିମାନେ ବୟାନବାଜି କରିଥାନ୍ତି। ହେଲେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ୍ରେ ସେମାନେ ଭାରତକୁ ପରାସ୍ତ କରିପାରିନାହାନ୍ତି। ଏପରିକି ଅଭ୍ୟାସ ମ୍ୟାଚ୍ରେ ସେମାନେ ଭାରତକୁ ହରାଇପାରିନାହାନ୍ତି। ଏବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ପେସର ହାସନ ଅଲି କହିଛନ୍ତି, ଆମେ ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲୁ। ଏହା ଆମ ପାଇଁ ବହୁତ ଭଲ ସମୟ ଥିଲା। ଉକ୍ତ ବିଜୟରୁ ପ୍ରେରଣା ନେଇ ଆମେ ଟି-୨୦ ବିଶ୍ୱକପ୍ରେ ପୁନର୍ବାର ଭାରତକୁ ପରାସ୍ତ କରିବାକୁ ଚେଷ୍ଟା କରିବୁ। ଆମ ଆମର ବେଷ୍ଟ ଦେବୁ।
ଏହାଛଡ଼ା ଭାରତ-ପାକିସ୍ତାନ ମ୍ୟାଚ୍କୁ ସବୁଠାରୁ ଅଧିକ ଦର୍ଶକ ଦେଖିଥାନ୍ତି। ଏଥିପାଇଁ ଖେଳାଳିଙ୍କ ଉପରେ ଅଧିକ ଚାପ ରହିଥାଏ। ତଥାପି ୟୁଏଇରେ ସ୍ପିନରଙ୍କୁ ଲାଭ ମିଳିବ। ଆମକୁ ଚାପରେ ଥାଇ ବି କିଭଳି ଖେଳିବାକୁ ହେବ ଜଣା ବୋଲି ସେ କହିଛନ୍ତି।
ବିଶ୍ୱକପ୍ ପୂର୍ବରୁ ମୁଖ୍ୟ କୋଚ୍ ଏବଂ ବୋଲିଂ କୋଚ୍ ପଦବୀ ଖାଲି ପଡ଼ିଥିବାକୁ ନେଇ ସେ ନିରାଶ ଥିବା କହିଛନ୍ତି। ତଥାପି ଖେଳାଳି ଭାବେ ଏସବୁ ତାଙ୍କ ହାତରେ ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ ତାହା ଦେଖିବ। ଆମେ କେବଳ ଖେଳିବୁ ଏବଂ ଦଳ ପାଇଁ ଅଧିକ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବୁ ବୋଲି ସେ ମଧ୍ୟ କହିଛନ୍ତି।