କେକେଆର୍‌କୁ ୧୨୮ରେ ରୋକିଦେଲେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ଲାଇନ୍‌ ଅପ୍‌। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୧୨୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦଳ ପାଇଁ ଘାତକ ସାଜିଥିଲେ ଓ୍ବାନିନ୍ଦୁ ହାସରଙ୍ଗା(୪ ଉଇକେଟ)। ତାଙ୍କ ବ୍ୟତୀତ ଆକାଶ ଦୀପ ୩ ଏବଂ ହର୍ଶ ପଟେଲ ଦୁଇ ଉଇକେଟ ହାତେଇ କୋଲକାତାକୁ ଅଲଆଉଟ୍‌ କରି ଦେଇଥିଲେ। ମ୍ୟାଚ୍‌ରେ ଲଗାତାର ଦୁଇ ଓଭର ମେଡେନ ପକାଇଥିଲେ ହର୍ଶଲ। ଆଇପିଏଲ ଇତିହାସରେ ସେ ଦ୍ୱିତୀୟ ବୋଲର ଏଭଳି ସଫଳତା ହାସଲ କରିଛନ୍ତି।

କୋଲକାତା ପାଇଁ କୌଣସି ବ୍ୟାଟର ବେଶୀ ସମୟ ପାଇଁ କ୍ରିଜରେ ତିଷ୍ଟି ପାରି ନ ଥିଲେ। ଦଳର ୬ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁବା ସହ ଗୋଟିଏରୁ ଦୁଇଟି ବାଉଣ୍ଡ୍ରି ଲଗାଇଥିଲେ। କିନ୍ତୁ ମିଳିଥିବା ଷ୍ଟାର୍ଟକୁ କେହି ବଡ଼ ଇନିଂସରେ ପରିବର୍ତ୍ତନ କରିପାରି ନ ଥିଲେ। ଶେଷ ଆଡ଼କୁ ଉମେଶ ଯାଦବ (୧୮) ଏବଂ ବରୁଣ ଚକ୍ରବର୍ତ୍ତୀ ୧୦ମ ଉଇକେଟ ପାଇଁ ୨୭ ରନ୍‌ ଯୋଡ଼ିବାରୁ ୧୨୮ ରନ୍‌ରେ ପହଞ୍ଚି ପାରିଥିଲା କୋଲକାତା।

Share