Advertisement
Categories: ଜାତୀୟ

ରାମ ମନ୍ଦିର ନିର୍ମାଣକୁ ନେଇ ଶୁଭେଚ୍ଛା ଜଣାଇବାରୁ କ୍ରିକେଟରଙ୍କ ପତ୍ନୀଙ୍କୁ ମିଳିଲା ହତ୍ୟା ଧମକ

କୋଲକାତା,୯।୮: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ଅଧିକାଂଶ ସମୟରେ କିଛି ନା କିଛି କହି ଆସିଥାଆନ୍ତି ଚର୍ଚ୍ଚାକୁ। ନିକଟରେ ସେ ରାମ ମନ୍ଦିର ନିର୍ମାଣକୁ ନେଇ ଯେଉଁ ଭୂମିପୂଜା ଆୟୋଜନ କରାଯାଇଥିଲା ତାକୁ ନେଇ ସେ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ତାଙ୍କୁ ହତ୍ୟା ସହ ବଳାତ୍କାର ଧମକ ମିଳିଥିବା ଜଣାପଡିଛି। ଅଗଷ୍ଟ ୫ରେ ହସିନଙ୍କ ଏମିତି ଏକ ପୋଷ୍ଟ ପରେ ତାଙ୍କୁ ଯେଉଁ ଧମକ ମିଳିଛି ତାକୁ ନେଇ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହଯୋଗ ଲୋଡିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share