Categories: ଖେଳ

ଶାମୀଙ୍କ ସହ ବିନା ପୋଷାକରେ ଫଟୋ ଶେୟାର କଲେ ହସିନ ଜହାଁ, ପ୍ରଶଂସକ କହିଲେ…

ନୂଆଦିଲ୍ଲୀ,୨୦।୨: ୨୦୦୭ରେ ଭାରତୀୟ ଦଳର ଦ୍ରୁତ ବୋଲର୍‌ ମହମ୍ମଦ ଶାମୀଙ୍କୁ ବିବାହ କରିଥିଲେ ହସିନ ଜହାଁ। ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। ହେଲେ ୨୦୧୮ରେ ସେମାନଙ୍କ ମତାନ୍ତର ଥିବା ନେଇ ଜଣାପଡ଼ିଥିଲା। ପ୍ରତାରଣା ସହ ଅନେକ ଗଭୀର ଅଭିଯୋଗ କରିଥିଲେ ହସିନ। ହେଲେ ଶାମୀ ଏହାକୁ ଏଡ଼ାଇ ଦେଇଥିଲେ। ଏବେ ସେମାନେ ଅଲଗା ରହୁଛନ୍ତି। ହନିଜ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ବେଳେ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏହି କ୍ରମରେ ଏକ ଫଟୋକୁ ନେଇ ସେ ଚର୍ଚ୍ଚାରେ।

ଫଟୋରେ ହସିନ-ଶାମୀଙ୍କୁ ବେଶ୍‌ ଇଣ୍ଟିମେଟ୍‌ ଲୁକ୍‌ରେ ଦେଖିବାକୁ ମିଳୁଛି। ଶାମୀ ହସିନଙ୍କୁ ଧରିଥିବା ବେଳେ ସେମାନେ ଟପ୍‌ଲେସ୍‌ ଅଛନ୍ତି। ଏହି ଫଟୋକୁ ସୈଫ ଅଲ୍ଲୀ ଖାନ୍‌ ଏବଂ କରିନା କପୁରଙ୍କ ଫିଲ୍ମ ‘କୁର୍ବାନ’ର ଟପ୍‌ଲେସ୍‌ ଫଟୋ ସହ ମିଶାଇ ପୋଷ୍ଟ କରି କଟାକ୍ଷ କରିଛନ୍ତି ହସିନ। ତୁମେ କଲେ ରାସଲିଳା, ଆମେ କଲେ କ୍ୟାରେକ୍ଟର ଢ଼ିଲା ବୋଲି ସେ କ୍ୟାପ୍‌ଶନ ଲେଖିଛନ୍ତି। ଫଟୋଟି ଏବେ ଭାଇରାଲ ହେଉଥିବା ବେଳେ ଲୋକେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି।

Share