ଭାରତ ଗସ୍ତ ପୂର୍ବରୁ ହସିନାଙ୍କ ମନ୍ତବ୍ୟ, ରୋହିଙ୍ଗ୍ୟା ଦେଶ ପାଇଁ ପାଲଟିଛନ୍ତି ବୋଝ…

ଢାକା, ୪।୯ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର, ସେପ୍ଟେମ୍ବର ୫ ରେ ଭାରତ ଗସ୍ତରେ ଆସିବେ। ଏହାପୂର୍ବରୁ ସେ ବାଂଲାଦେଶରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ସମସ୍ୟା ଏବଂ ହିନ୍ଦୁ ମନ୍ଦିର ଭାଙ୍ଗିବା ବିଷୟରେ କହିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିଷୟରେ ସେ କହିଛନ୍ତି ଯେ ସେମାନେ ଦେଶ ପାଇଁ ଏକ ବଡ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ ଖୋଜିବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ବାଂଲାଦେଶରେ ଏକ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଅଛନ୍ତି। ତେଣୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ପଡୋଶୀ ଦେଶ ଏନେଇ କିଛି ପଦକ୍ଷେପ ନେବା ଉଚିତ ଯାହା ଦ୍ୱାରା ସେମାନେ ନିଜ ଦେଶକୁ ଫେରିପାରିବେ।

ମାନବିକତା ଭିତ୍ତିରେ ଆମେ ସେମାନଙ୍କୁ ଆଶ୍ରୟ ଦେଇଥିଲୁ ଏବଂ ସବୁକିଛି ଯୋଗାଇଥିଲୁ। କୋଭିଡ ମହାମାରୀ ସମୟରେ, ଆମେ ସମସ୍ତ ରୋହିଙ୍ଗ୍ୟାଙ୍କୁ ଟିକାକରଣ ମଧ୍ୟ କରିଥିଲୁ, କିନ୍ତୁ ସେମାନେ କେତେ ଦିନ ଏଠାରେ ରହିବେ। ସେମାନେ କ୍ୟାମ୍ପ ତିଆରି କରି ବାସ କରୁଛନ୍ତି। ଡ୍ରଗ୍ସ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମହିଳା ଚୋରା ଚାଲାଣ ବ୍ୟବସାୟରେ କିଛି ଲୋକ ଧରାପଡିଛନ୍ତି। ଦିନକୁ ଦିନ ଏହା ବୃଦ୍ଧି ପାଉଛି। ତେଣୁ ଏଭଳି ପରିସ୍ଥିତିରେ ଯେତେ ଶୀଘ୍ର ସେମାନେ ନିଜ ଦେଶରେ ପହଞ୍ଚିବେ ସେତେ ଭଲ।

ପଡୋଶୀ ଦେଶ ହୋଇଥିବାରୁ ଭାରତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Share