ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ୍ ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ର ଦକ୍ଷିଣ-ପୂର୍ବ ଏସିଆ ରିଜିୟନ୍ ପାଇଁ ନୂଆ ଆଞ୍ଚଳିକ ନିର୍ଦ୍ଦେଶିକା ନିର୍ବାଚିତ ହୋଇଛନ୍ତି। ସେ ୨୦୨୪ରୁ ୪ ବର୍ଷ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ। ଏହି ନିର୍ବାଚନ ଜନସ୍ବାସ୍ଥ୍ୟ ପ୍ରତି ୫୦ ବର୍ଷୀୟା ସାଇମାଙ୍କ ପ୍ରତିବଦ୍ଧତା ଓ ନେତୃତ୍ୱ ନେବାର ଦକ୍ଷତାକୁ ପ୍ରମାଣିତ କରିଛି। ଡବ୍ଲ୍ୟୁଏଚ୍ଓ ରିଜିଓନାଲ କମିଟି ଫର୍ ସାଉଥ୍-ଇଷ୍ଟ୍ ଏସିଆ ରିଜିୟନ୍ର ୭୬ତମ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଦୌଡ଼ରେ ଥିବା ନେପାଳର ଶମ୍ଭୁ ପ୍ରସାଦ ଆଚାର୍ଯ୍ୟଙ୍କୁ ସାଇମା ପରାସ୍ତ କରିଛନ୍ତି।