ମୋଦି, ମମତାଙ୍କୁ ହାସିନାଙ୍କ ଆମ୍ବ ଭେଟି

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ୨,୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ବାଂଲାଦେଶରୁ ଟ୍ରକ୍‌ରେ ଏହି ପ୍ରସିଦ୍ଧ ‘ହରିଭାଙ୍ଗା’ ଆମ୍ବ ରବିବାର ଅପରାହ୍ନରେ ସୀମା ଅତିକ୍ରମ କରି ଭାରତ ଆସିଛି। ବାଂଲାଦେଶର ରଙ୍ଗପୁର ଜିଲାରେ ଏହି ଆମ୍ବ ଅମଳ ହୋଇଥାଏ। କୋଭିଡ୍‌ ଟିକା ଯୋଗାଣରେ ନୂଆଦିଲ୍ଲୀ ବିଳମ୍ବ କରୁଥିବାରୁ ଢାକା ଅସନ୍ତୋଷ ପ୍ରକାଶ କରିବା ସହ ଇଲିଶି ରପ୍ତାନି ବନ୍ଦ କରିଥିବାବେଳେ ଆମ୍ବ ଉପହାର ପଠାଇଛି।

Share