ନୂଆଦିଲ୍ଲୀ, ୧୦ା୪: ଗୁଜରାଟର ଉନା ସହରରେ ରାମନବମୀ ଅବସରରେ ଘୃଣିତ ଭାଷଣ ଦେଇଥିବା ଦକ୍ଷିଣପନ୍ଥୀ କାର୍ଯ୍ୟକର୍ତ୍ତା କାଜଲ ହିନ୍ଦୁସ୍ତାନୀଙ୍କୁ ରବିବାର ଗିରଫ କରାଯାଇଛି। ତାଙ୍କର ଘୃଣିତ ମନ୍ତବ୍ୟକୁ ନେଇ ଏପ୍ରିଲ ୧ରେ ଉନା ସହରରେ ସାମ୍ପ୍ରଦାୟିକ ସଂଘର୍ଷ ଘଟିଥିଲା।
ରବିବାର ସକାଳେ ହିନ୍ଦୁସ୍ତାନୀ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହିନ୍ଦୁସ୍ତାନୀ ନିଜକୁ ଜଣେ ଉଦ୍ୟୋଗୀ, ଗବେଷଣା ବିଶ୍ଲେଷକ, ସାମାଜିକ କର୍ମୀ, ଜାତୀୟତାବାଦୀ ଏବଂ ଗର୍ବିତ ଭାରତୀୟ ଭାବେ ଟୁଇଟର ବାୟୋରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ୯୨ ହଜାରରୁ ଊର୍ଦ୍ଧ୍ୱ ଫଲୋର ଅଛନ୍ତି।