ଭବାନୀପାଟଣା,୨।୧୦(ଡି.ଏନ୍.ଏ.): ଉତ୍ତରପ୍ରଦେଶର ହାଥରସ ଠାରେ ଜଣେ ଦଳିତ ଯୁବତୀଙ୍କ ସହ ଘଟିଯାଇଥିବା ଗଣବଳାତ୍କାରକୁ ବିରୋଧ କରି କଳାହାଣ୍ଡି ଛାତ୍ର କଂଗ୍ରେସ ତରଫରୁ ଭବାନୀପାଟଣା କଲଜେ ଛକରେ ବିକ୍ଷୋଭ କରାଯାଇଛି। ଏହି ଘଟଣାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦାବିରେ ପ୍ରତିବାଦ କରାଯାଇଥିଲା। ଏହି ବିକ୍ଷୋଭରେ ସୁଶାନ୍ତ ପ୍ରଧାନୀ, କରମ ଚାନ୍ଦ ନାଏକ, ସାବନ ପାତ୍ର, ଯୁବରାଜ, ମାନସ ମନ୍ନନ୍ଦ, ମହେଶ, ନିଲୁ ମେହେର ପ୍ରମୁଖ ସାମିଲ ହୋଇଥିଲେ।