Categories: ଜାତୀୟ

ଭୋଲେ ବାବାଙ୍କୁ କ୍ଲିନ୍‌ଚିଟ୍‌: ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

ଲକ୍ଷ୍ନୌ,୯।୭: ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଦଳାଚକଟା ଘଟଣାରେ ମଙ୍ଗଳବାର ଏସ୍‌ଆଇଟି ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ସତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠିଛି। ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି।
ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସତସଙ୍ଗ ସରିବା ପରେ ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦଳଚକଟା ହୋଇଥିଲା। ଏହି ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Share