Categories: ଜାତୀୟ

ମମତାଙ୍କ ଆହ୍ୱାନ କ୍ରମେ ହାଥରସ ଯିବାକୁ ଉଦ୍ୟତ ହେଲେ ଟିଏମ୍‌ସିର ୪ ଏମ୍‌ପି

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲା ଏବେ ରାଜନୈତିକ ରୂପ ନେବାରେ ଲାଗିଛି । ଗୁରୁବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଗସ୍ତ କରିଥିବା ସମୟରେ ତାଙ୍କୁ ପ୍ରଶାସନ ପକ୍ଷରୁ ଅଧାବାଟରେ ଅଟକାଇ ଦିଆଯାଇଥିଲା । ଏହାପରେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନ କ୍ରମେ ତ୍ରୁଣମୂଳ କଂଗ୍ରେସର ୪ ଏମ୍‌ପି ହାଥରସ ଗସ୍ତ କରିଥିଲେ । ଏହି ସମୟରେ ପୋଲିସ ତାଙ୍କୁ ଚାରିପଟୁ ବାରିକେଡ ଦେଇ ଅଟକାଇବା ଫଳରେ ଉଭୟଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଏହାପରେ ଟିଏମ୍‌ସି ଏମ୍‌ପି ଡେରେକ ଓ ବ୍ରାୟନ କହିଥିଲେ ଉତ୍ତର ପ୍ରଦେଶର ହାଥରସରେ ପୋଲିସ ଓ ପ୍ରଶାସନର ଯେଉଁ ମନମୁଖି ଶାସନ ଚାଲିଛି ତାହା ହାଥରସରେ ଥମିବାର ନାଁ ନେଉନି । ସେ ଅଭିଯୋଗ କରିଛନ୍ତି କାର୍ହିକି ବିପକ୍ଷ ଦଳ ଓ ଗଣମାଧ୍ୟମକୁ ହାଥରସ ଯିବାକୁ ଓ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ବାରଣ କରୁଛି ପ୍ରଶାସନ । ଅନ୍ୟପଟେ ହିନ୍ଦୁ ମହାସଭା ପକ୍ଷରୁ ହାଥରସ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଛି ।

Share