Categories: ଜାତୀୟ

ହାଥରସ୍‌ ଗଣବଳାତ୍କାର: ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ଲକ୍ଷ୍ନୌ, ୧୮।୧୨- ଉତ୍ତରପ୍ରଦେଶର ହାଥରସ ଜିଲାରେ ଘଟିଥିବା ଗଣବଳାତ୍କାର ଘଟଣା ଲୋକଲୋଚନକୁ ଆସିବାର ପ୍ରାୟ ୩ ମାସ ପରେ ଶୁକ୍ରବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ସିବିଆଇ। ଅଭିଯକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସ୍‌ସି/ଏସ୍‌ଟି ଆକ୍ଟ ଧାରା ଅନୁସାରେ ଦଫା ମଧ୍ୟ ଲଗାଯାଇଛି।

ଉଲ୍ଲେଖଥାଉ କି, ଗତ ସେପ୍ଟେମ୍ବର ୧୪ ତାରିଖରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତିଙ୍କୁ ୪ ଜଣ ଉଚ୍ଚ ଯାତିର ଯୁବକ ଗଣ ମଳତ୍କାର କରିଥିବା ଅଭିଯୋଗ ଆସିଥିଲା। ସେହି ମାସ ୨୯ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ମେଡିକାଲରେ ଚିକିତ୍ସା ବେଳେ ପ୍ରାଣ ହରାଇଥିଲେ ପୀଡ଼ିତା। ଏହାପରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ବିନା ମଞ୍ଜୁରୀରେ ହାଥରସ ପୋଲିସ ରାତି ଅଧରେ ତରବରିଆ ଭାବେ ଶବର ଅନ୍ତିମ ସଂସ୍କାର କରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ପୂରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୟୁପି ପୋଲିସ ବ୍ୟତୀତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଟିଏଫ୍‌) ମଧ୍ୟ ତଦନ୍ତ କରିଥିଲା। ଏହାପରେ ତଦନ୍ତ ଦାୟିତ୍ୱ ନେଇଥିଲା ସିବିଆଇ।

Share