Categories: ଜାତୀୟ

ହାଥରସ ମାମଲା: ଭାଜପା ବିଧାୟକ କହିଲେ ମା’, ଭାଇ କରିଛନ୍ତି ହତ୍ୟା!

ହାଥରସ,୨ ।୧୦: ଉତ୍ତର ପ୍ରଦେଶ ହାଥରସ ମାମଲା ବେଳକୁ ବେଳ ନୁଆରୂପ ନେବାରେ ଲାଗିଛି । ପୋଲିସ ଗୋଟିଏ ଦିନ ପୂର୍ବରୁ ଏହା ବଳାତ୍କାର ଘଟଣା ନୁହେଁ ବୋଲି କହିବା ପରେ ଏବେ ଏହାକୁ ନେଇ ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଯାହା କହିଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି । ଶୁକ୍ରବାର ଭାଜପାର ପୂର୍ବତନ ନେତା ରାଜବୀର ସିଂ ପହଲୱାନ କହିଛନ୍ତି ଯୁବତୀଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ଦାୟୀ । ସେ କହିଛନ୍ତି ଯୁବତୀଙ୍କୁ ତାଙ୍କ ମା’ ଓ ଭାଇ ହତ୍ୟା କରିଛନ୍ତି । ତେଣୁ ଯେଉଁ ୪ ଯୁବକଙ୍କ ନାଁରେ ଅଭିଯୋଗ ଆସିଛି ସେମାନେ ନିର୍ଦ୍ଦୋଶ ଓ ତାଙ୍କୁ ଫସାଇବାକୁ ଏମିତି ଷଡଯନ୍ତ୍ର କରାଯାଇଛି । ଏହି ମାମଲାରେ ଅଯଥାରେ ସରକାରଙ୍କୁ ବଦନାମ କରାଯାଉଛି । ଏହାସହ ମାମଲାକୁ ଏପରି ରଙ୍ଗ ଦିଆଯାଉଛି ଯାହାଫଳରେ ସାରା ଦେଶରେ ହାଥରସ ବଦନାମ ହେବାରେ ଲାଗିଛି । ସେ କହିଛନ୍ତି ଏସ୍‌ଆଇଟି ଯାଞ୍ଚଉପରେ ତାଙ୍କର ପୁରା ଭରସା ଅଛି । ଏଥିରେ ଅସଲ ଘଟଣା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଏହି ଭାଜପା ନେତା ମାମଲାରେ ଜାତିବାଦ କଥା ଉଠାଇଛନ୍ତି । ସୂଚନାଯୋଗ୍ୟ, ହାଥରସରେ ଜଣେ ଯୁବତୀ ଗଣବଳାତ୍କାରର ଶିକାର ହୋଇଥିବା କୁହାଯାଉଥିବା ବେଳେ ପ୍ରାୟ ୨ ଦିନ ତଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ଘଟଣାକୁ ସନ୍ଦହ ଘେରକୁ ଟାଣି ନେଇଛି । ଏହାକୁ ନେଇ ବିରୋଧି ରାଜ୍ୟ ସରକାରଙ୍କ ଉପରେ ବର୍ଷୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ବିରୋଧି ଓ ଗଣମାଧ୍ୟମକୁ ହାଥରସ ଯିବାକୁ ବାରଣ କରିଛି । ଏସବୁ ପରେ ଏବେ ହାଥରସ ମାମଲା ରାଜନୈତିକ ମୋଡ ନେଉଛି ବୋଲି ଆଲୋଚନା ହେଉଛି ।

Share