Categories: ଜାତୀୟ

ଦିଲ୍ଲୀ ସ୍ଥାନାନ୍ତର ହେବ ନାହିଁ ହାଥରସ ଗଣବଳାତ୍କାର ମାମଲା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ ।୧୦: ଉତ୍ତରପ୍ରଦେଶର ହାଥରସରେ ଦଳିତ ଯୁବତୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ କହିଛନ୍ତି ମାମଲାର ଟ୍ରାଏଲ ବର୍ତ୍ତମାନ ରାଜ୍ୟ ବାହାରକୁ ଅର୍ଥାତ୍ ଦିଲ୍ଲୀ ସ୍ଥାନାନ୍ତର କରାଯିବ ନାହିଁ । ଯେବେ ଏହି ଟ୍ରାଏଲ ସରିଯିବ ଏହାପରେ ମାମଲାର ସ୍ଥାନାନ୍ତର କଥା ବିଚାର କରାଯିବ । ସୁପ୍ରିମକୋର୍ଟ କହିଛନ୍ତି ସିବିଆଇ ଯାଞ୍ଚର ସମସ୍ତ ତଥ୍ୟ ଆହ୍ଲାବାଦ ହାଇକୋର୍ଟ ରଖିବେ । ସିବିଆଇ ସେଠାରେ ଷ୍ଟାଟସ ରିପୋର୍ଟ ଦାଖଲ କରିବ । ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ତଦନ୍ତ ଉପରେ ନଜର ରଖିବା ସହ ସମସ୍ତ ଦିଗ ଉପରେ ତଦାରଖ କରିବେ ଏବଂ ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ଆହୁରି ମଧ୍ୟ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଏବେ ଏହି ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରାଯାଉଛି ତେଣୁ ଏବେ ଏହାର ସ୍ଥାନାନ୍ତର କରାଯାଇ ପାରିବ ନାହିଁ ।

Share