Categories: ଜାତୀୟ

ହାଥରସରେ ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ହାଥରସରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶୁକ୍ରବାର ରାତିରେ ପୋଲିସ ଷ୍ଟେଶନ ସାହପାଓ ଅଞ୍ଚଳରେ ଟ୍ରାକ୍ଟର ଟ୍ରଲି ଏବଂ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ସାଦାବାଦ-ଜଳେସର ରାସ୍ତାରେ ସାହାପାଓ ଅଞ୍ଚଳର ନଳଗା ବ୍ରାହ୍ମଣ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରାକ୍ଟର-ଟ୍ରଲି ଡମ୍ଫର ସହିତ ମୁହାଁମୁହିଁ ଧକ୍କା ହେବା ପରେ ଅନିୟନ୍ତ୍ରିତ ହରାଇ ଓଲଟି ପଡିଥିଲା। କ୍ୟାଣ୍ଟର ଡ୍ରାଇଭର ସେଠାରୁ ପଳାଇ ଯାଇଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୧୨ଜଣରୁ ଅଧିକ ଆହତ ହୋଇଛନ୍ତି।

Share