କେନ୍ଦୁଝର,୪।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କଣ୍ଡରାପଶି ହାଟ ନିକଟ ରେଳଲାଇନ କଡ଼ରେ ସାତଟିକିଆ ହାତୀପଲ ଡେରା ପକାଇଛନ୍ତି। ହାତୀମାନଙ୍କ ଉପସ୍ଥିତିକୁ ନେଇ କଣ୍ଡରାପଶି, ନଇଗାଁର ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ରେଳଲାଇନ ନିକଟରେ ଥିବାରୁ ବନ ବିଭାଗ ହାତୀମାନଙ୍କ ସୁରକ୍ଷା ଚିନ୍ତାରେ ରହିଛନ୍ତି। ବର୍ଷା ସହ ଦିନ ଥିବାରୁ ହାତୀପଲ ଯାଇପାରୁନାହାନ୍ତି। ଅନ୍ୟପଟେ ଗୋଠଛଡ଼ା ଏକ ଦନ୍ତା ଏକୁଟିଆ ଉକ୍ତ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି।