Categories: ଜାତୀୟ

କଂଗ୍ରେସର ପ୍ରେମ ଦୋକାନରେ ବିକ୍ରି ହେଉଛି ସନାତନ ବିରୋଧରେ ଘୃଣା: ଭାଜପା…

ନୂଆଦିଲ୍ଲୀ,୧୨।୯ : ଭାରତୀୟ ଜନତା ପାର୍ଟି(ଭାଜପା) ମଙ୍ଗଳବାର ସନାତନ ଧର୍ମ ବିରୋଧି ମନ୍ତବ୍ୟ ନେଇ କଂଗ୍ରେସକୁ ଟାର୍ଗେଟ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, କଂଗ୍ରେସ ଏବଂ ଇଣ୍ଡିଆ ମିଳିତ ମେଣ୍ଟ ସନାତନକୁ ନେଇ ସେମାନଙ୍କ ଦୃଷ୍ଟିକୋଣ ସ୍ପଷ୍ଟ କରିବା ଉଚିତ ଏବଂ କୌଣସି ଧର୍ମ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବାର ଅଧିକାର ସମ୍ବିଧାନ ପ୍ରଦାନ କରୁଛି କି? ମିଳିତ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ଅବଗତ ନୁହଁନ୍ତି କି?

ବିରୋଧୀ ଦଳ, କଂଗ୍ରେସ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଉତ୍ତର ଦେବା ଉଚିତ ସନାତନ ଧର୍ମ ପ୍ରତି ଘୃଣା କାହିଁକି ? ରାହୁଲଙ୍କ ପ୍ରେମ ଦୋକାନରେ ସନାତନ ବିରୋଧରେ ଘୃଣା ବିକ୍ରି ହେଉଛି। ଘୃଣାର ଏହି ମେଗା ମଲ କେବଳ କ୍ଷମତା ପାଇଁ ସୃଷ୍ଟି କରାଯାଇଛି। ବିଭାଜନ କର ଏବଂ ଜୟ କର । ଏହାର ଜବାବ ଦେଶର ସାଧାରଣ ଜନତା ଦେବେ।

Share