Categories: ଖେଳ

ବନ୍ଦନା, ଦୀପ୍‌ଗ୍ରେସ୍‌, ଦୀପିକାଙ୍କ ହ୍ୟାଟ୍ରିକ୍‌

ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ମହିଳା ହକି ଦଳ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ହଂକଂକୁ ୧୩-୦ରେ ପରାସ୍ତ କରିଛି। ଏହା ସହିତ ଗ୍ରୁପ୍‌ ଟପ୍ପର ଭାବରେ ଭାରତ ସେମିରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଦୀପଗ୍ରେସ୍‌ ଏକ୍କା(୧୧, ୩୪ ଓ ୪୨ ମିନିଟ), ବନ୍ଦନା କଟାରିୟା(୨,୧୬ ଓ ୪୮) ମିନିଟ ଓ ଦୀପିକା(୪, ୫୪ ଓ ୫୮) ମିନିଟରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗୀତା କୁମାରୀ(୨୭ ଓ ୫୫) , ମୋନିକା(୭) ଓ ନବନୀତ କୌର(୫୮ ) ମିନିଟରେ ଗୋଲ ଦେଇଥିଲେ। ପୁଲ୍‌ ଏରେ ୪ ମ୍ୟାଚରୁ ୧୦ ପଏଣ୍ଟ ଅର୍ଜନ କରିଥିବା ଭାରତ ପ୍ରଥମ ସ୍ଥାନରେ ରହି ସେମିରେ ପ୍ରବେଶ କରିଛି। ଗୁରୁବାର ପୁଲ୍‌ ବିର ଦ୍ୱିତୀୟ ସ୍ଥାନରେ ଥିବା ଦଳ ବିପକ୍ଷରେ ଭାରତ ଏହାର ସେମି ଫାଇନାଲ ମ୍ୟାଚ୍‌ ଖେଳିବ।

Share