Categories: ଜାତୀୟ

ପତଞ୍ଜଳିର ଦାବି ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ କରୁଥିବା ବ୍ୟାକ୍ଟେରିଆ

ହରିଦ୍ୱାର.୯ ।୧: ହବନ ଯଜ୍ଞଦ୍ୱାରା ନଷ୍ଟ ହେବ ରୋଗ ସୃଷ୍ଟି କରିଥିବା ବ୍ୟାକ୍ଟେରିଆ । ପତଞ୍ଜଳୀ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନେ ଏହା ପ୍ରମାଣ କରିଥିବା ଦାବି କରିଛନ୍ତି । ଏହି ଅଧ୍ୟୟନ ଅନୁଯାୟୀ, ହବନ ଯଜ୍ଞ ବାତାବରଣକୁ ସୁଦ୍ଧ କରିବାକୁ ସୁରକ୍ଷିତ ଓ ପରିବେଶର ଅନୁକୂଳ ଉପାୟ ହୋଇପାରେ । ଏହି ଅଧ୍ୟୟନ ଆମେରିକାର ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ଜର୍ନାଲ ଅଫ୍ ଏଭିଡେନ୍ସ ବେସଡ ମେଡିସିନରେ ପ୍ରକାଶିତ ହୋଇଛି । ପତଞ୍ଜଳୀର ଏହି ଅଧ୍ୟୟନକୁ ନେଇ ଆଚାର୍ଯ୍ୟ ବାଳକ୍ରିଷ୍ଣ କହିଛନ୍ତି ଯଜ୍ଞ-ହବନ ପରିବେଶକୁ ସୁଦ୍ଧ କରିବାର ପାରମ୍ପରିକ ଉପାୟ । ତେବେ ଏ ସମ୍ପର୍କରେ ଏହା ପ୍ରଥମ ଅଧ୍ୟୟନ । ସେ ଏହି ବୈଜ୍ଞାନିକ ନିଷ୍କର୍ଷକୁ ନିୟମିତ ପରିବେଶ ବିଶୋଧନ ପ୍ରୋଟୋକଲ ଭାବେ ଯଜ୍ଞ-ହବନ ଆୟୋଜନକୁ ପ୍ରାଚୀନ ଦୈନିକ ଭାରତୀୟ ପ୍ରଥା ସହିତ ଯୋଡିଛନ୍ତି । ଏହା ମାନସିକ ଶାନ୍ତି ସହ ଶାରୀରିକ ସ୍ୱାସ୍ଥ୍ୟ ପ୍ରଦାନ କରିବାର ଏକ ଆଧ୍ୟାତ୍ମିକ ଉପାୟ ବୋଲି ବାଳକ୍ରିଷ୍ଣ କହିଛନ୍ତି ।
ପତଞ୍ଜଳୀ ଅନୁସନ୍ଧାନ ସଂସ୍ଥାନର ମୁଖ୍ୟ ବୈଜ୍ଞାନିକ ଡା. ଅନୁରାଗ ବର୍ଷ୍ଣେୟ କହିଛନ୍ତି, ବିଶଧ୍ନ ଧୂପ ନାମକ ହବନ ସାମଗ୍ରୀର ଧୂଆଁରେ ପୈଥାଗୋନିକ ମାଇକ୍ରୋବ୍ସର ଉପଚାର କରାଯାଇଛି । ଏହାର ବୃଦ୍ଧିକୁ ନେଇ ଧୂଆଁର ପ୍ରବାଭର ବ୍ୟାପକ ଅଧ୍ୟୟନ କରାଯାଇଛି । ଅଧ୍ୟୟନ କରାଯାଇଥିବା ପ୍ୟାଥୋଜେଂସରେ ସେହି ଜୀବାଣୁ ସାମିଲ ଅଛନ୍ତି ଯିଏ ସାଧାରଣ ଭାବେ ଦୂଷିତ ବାତାବରଣରେ ରହିଥାଆନ୍ତି । ଏହା ଚର୍ମ, ଫୁସଫୁସ, ଯୌନାଙ୍ଗ ଓ ପେଟରେ ସଂକ୍ରମଣ ସୃଷ୍ଟି କରିଥାଆନ୍ତି । ଅଧ୍ୟୟନରୁ ଜଣାପଡିଛି କି ପ୍ୟାଥୋଜେଂସର ବୃଦ୍ଧିକୁ ବିଶଧ୍ନ ଧୂପର ଧୂଆ ରୋକି ଦେଉଛି ।

 

Share