ଭୋପାଳ,୧୪।୧: ବ୍ରାହ୍ମଣ ସମ୍ପ୍ରଦାୟର ଯୁବଦମ୍ପତିମାନେ ୪ ସନ୍ତାନ ଜନ୍ମ ପାଇଁ ନିଷ୍ପତ୍ତି ନେଲେ ସେମାନଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ମିଳିବ। ମଧ୍ୟପ୍ରଦେଶ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ପର୍ଶୁରାମ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଣ୍ଡିତ ବିଷ୍ଣୁ ରାଜୋରିଆ ଏହି ଘୋଷଣା କରିଛନ୍ତି।
ଇନ୍ଦୋରରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜୋରିଆ କହିଛନ୍ତି, ଆମେ ପରିବାର ଉପରେ ଗୁରୁତ୍ୱ ଦେବା ବନ୍ଦ କରିଦେଇଛୁ, ଯେଉଁଥିପାଇଁ ବିଧର୍ମୀଙ୍କ ସଂଖ୍ୟା ବଢ଼ିଚାଲିଛି।
ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷା ପାଇଁ ଯୁବବର୍ଗଙ୍କୁ ଦାୟିତ୍ୱ ନେବାକୁ ହେବ। ଯୁବ ଦମ୍ପତି ଗୋଟିଏ ସନ୍ତାନ ପରେ ବନ୍ଦ କରିଦେଉଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ସେମାନେ ୪ ସନ୍ତାନ ଜନ୍ମ କରିବା ଆବଶ୍ୟକ ବୋଲି ରାଜୋରିଆ କହିଛନ୍ତି।