ଯେବେ ଦିଆସିଲି ଜଳାଯାଏ ତାହାର ଶିଖା ହଳଦିଆ ରଙ୍ଗର ହୋଇଥାଏ। କିନ୍ତୁ ଗ୍ୟାସ୍ର ଚୁଲା ଜଳାଗଲେ ତା’ର ଅଗ୍ନି ଶିଖା ନୀଳ ରଙ୍ଗର ଦେଖାଯାଏ। ହେଲେ ଏମିତି କାହିଁକି ହୁଏ କେବେ ଭାବିଛନ୍ତି? ଜାଣନ୍ତୁ ଏହାର କାରଣ..
ପ୍ରଥମେ ଜାଣିବା ଅଗ୍ନିଶିଖା କେମିତି ଉତ୍ପନ୍ନ ହୋଇଥାଏ। ନିଆଁ ହେଉଛି ଏକ ଏକ୍ଜୋଥର୍ମିକ ପ୍ରତିକ୍ରିୟା। ଏହା ଏମିତି ଏକ ରାସାୟନିକ ପ୍ରତିକ୍ରିୟା; ଯାହା ଉତ୍ତାପ କିମ୍ବା ଲାଇଟ୍ ଆକାରରେ ଶକ୍ତି ନିର୍ଗତ କରେ । ଆମେ ଯେଉଁ ଇନ୍ଧନ ବ୍ୟବହାର କରୁ ସେ ସବୁ କାର୍ବନ ଆଧାରିତ। ସେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ହେଉ ଅବା ମହମବତୀ କି ଦିଆସିଲ। ତଥାପି ଏ ସମସ୍ତଙ୍କ ଅଗ୍ନି ଶିଖାର ରଙ୍ଗରେ ଅନ୍ତର ଥାଏ। ଏଭଳି ଘଟେ କାରଣ ବାୟୁମଣ୍ଡଳରେ ଅମ୍ଳଜାନ ଥାଏ। ସବୁ କାର୍ବନିକ ପଦାର୍ଥର ନିର୍ମାଣ ପରମାଣୁରେ ହୋଇଥାଏ। ଏହାମଧ୍ୟରେ ନ୍ୟୁଟ୍ରୋନ, ପ୍ରୋଟୋନ ଓ ଇଲେକ୍ଟ୍ରୋନ ଥାଏ। ନ୍ୟୁଟ୍ରୋନ ଓ ପ୍ରୋଟୋନ ପରମାଣୁର କେନ୍ଦ୍ରର ନିର୍ମାଣ କରନ୍ତି। ଯେବେ ଇଲେକ୍ଟ୍ରୋନ ନିଷ୍କ୍ରିୟ ହୋଇ ଫୋଟୋନରେ ଚାର୍ଜ ଟ୍ରାନ୍ସଫର କରେ ସେତେବେଳେ ଅଗ୍ନି ଶିଖା ଉତ୍ପନ୍ନ ହୋଇଥାଏ। ଏହି ଅଗ୍ନି ଶିଖା ସଂସ୍ପର୍ଶରେ ଯେବେ ଅମ୍ଳଜାନ ଆସେ ସବୁ କାର୍ବନ ପରମାଣୁ କାର୍ବନ ଡାଇଅକ୍ସାଇଡରେ ରୂପାନ୍ତରିତ ହୋଇଯାଏ। ଯଦି ଅମ୍ଳଜାନ ବେଶି ପରିମାଣରେ ଥାଏ ତେବେ କାର୍ବନକୁ ପୂରାପୂରି କାର୍ବନ ଡାଇଅକ୍ସାଇଡରେ ରୂପାନ୍ତରିତ କରିଦିଏ। ଫଳରେ ଶିଖା ନୀଳ ରଙ୍ଗର ହୁଏ। ଯଦି ଅମ୍ଳଜାନ ପର୍ଯ୍ୟାପ୍ତ ମାତ୍ରାରେ ନ ଥାଏ ତେବେ କାର୍ବନ, କାର୍ବନ ଡାଇଅକ୍ସାଇଡ଼ରେ ରୂପାନ୍ତରିତ ହୋଇପାରି ନ ଥାଏ। ଫଳରେ ଶିଖାର ଉପର ଭାଗ କଳା ଦେଖାଯାଏ। ମହମ, କାଠ, ଦିଆସିଲି, କାଗଜ ଆଦିକୁ ଜଟିଳ କାର୍ବନ ଅଣୁ ବୋଲି କୁହାଯାଏ। ଯଦି ବାୟୁମଣ୍ଡଳର ଅମ୍ଳଜାନ କଥା ଦେଖାଯାଏ ତେବେ ଏଥିରେ କାର୍ବନର ଅନୁପାତିକ ପରିମାଣ ଅଧିକ ଥାଏ। ତେଣୁ ଏଗୁଡ଼ିକର ଅକ୍ସିକରଣ ତ ହୁଏ ହେଲେ ସମ୍ପୂର୍ଣ୍ଣ ହୋଇପାରେନା। ତେଣୁ ଏଥିରୁ ବାହାରୁଥିବା ଅଗ୍ନିଶିଖା ନାରଙ୍ଗୀ ଅବା ହଳଦିଆ ରଙ୍ଗର ହୋଇଥାଏ।
ଏଲପିଜି ଓ ମିଥେନ ଭଳି ଇନ୍ଧନରେ କିନ୍ତୁ ବହୁତ କମ୍ କାର୍ବନ ଥାଏ। ତେଣୁ ଏହାସହ ଯେବେ ଅମ୍ଳଜାନ ମିଶେ ଅମ୍ଳଜାନ ପୂରାପୂରି ନିଜର କବ୍ଜା ଜମେଇ ଦିଏ। ତେଣୁ ଏଥିରୁ ନିଃସୃତ ଅଗ୍ନି ଶିଖା ନୀଳ ଦେଖାଯାଏ। ସାଧାରଣ ଭାଷାରେ କହିବାକୁଗଲେ କୌଣସି ଅଗ୍ନିଶିଖାର ରଙ୍ଗ ନିର୍ଦ୍ଧାରଣ ବାୟୁମଣ୍ଡଳର ଅମ୍ଳଜାନ ଉପରେ ନିର୍ଭର କରେ। ଏହା ଜଳୁଥିବା ଜିନିଷର କାର୍ବନ ସହ ଯେଉଁଭଳି ପ୍ରତିକ୍ରିୟା କରେ ଅଗ୍ନିଶିଖାର ରଙ୍ଗ ସେହିଭଳି ହୋଇଯାଏ।