Categories: ଜାତୀୟ

‘ଯେମିତି ହେଲେ ଭାଜପାକୁ ହରାଇବୁ’

ଲକ୍ଷ୍ନୌ,୧୮।୭: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପୁଣି ଥରେ ମେଣ୍ଟ ସହାରା ନେଇପାରେ କଂଗ୍ରେସ। ଏ ନେଇ ଇଙ୍ଗିତ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ରବିବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟର ମୋଟ ୪୦୩ ଆସନରେ କଂଗ୍ରେସ ଏକାକୀ ଲଢ଼ିବ ନା ଦଳ ମେଣ୍ଟର ସାହାର ନେବ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, ଏହା ଏବେ କହିବା ଉଚିତ ହେବ ନାହିଁ। ଭାଜପାକୁ ହରାଇବା ଆମର ଏକମାତ୍ର ଲକ୍ଷ୍ୟ। ମୁଁ ମେଣ୍ଟକୁ ଅସ୍ବୀକାର କରୁ ନାହିଁ। ଆମ ଭଳି ଅନ୍ୟ ରାଜନୈତିକ ଦଳମାନଙ୍କୁ ମଧ୍ୟ ଖୋଲା ମନରେ ଚିନ୍ତା କରିବାକୁ ପଡ଼ିବ।

ମୁଁ ଏଠାକୁ ଆସିଲେ ଆମକୁ ମିଡିଆ ଫୋକସ ମିଳୁଛି। କିନ୍ତୁ ମୁଁ ନ ଥିଲାବେଳେ ଗଣମାଧ୍ୟମ କଂଗ୍ରେସକୁ ଗୁରୁତ୍ୱ ଦିଏ ନାହିଁ। ହେଲେ ଆମ କାମ ଚାଲିଛି। କୋଭିଡ୍‌ କାଳରେ ଆମେ ସର୍ବାଧିକ କାମ କରିଛୁ। ଦଳ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିଛି। କଂଗ୍ରେସ ଆଉ ଫଟୋରେ ସୀମିତ ହୋଇ ନାହିଁ। ଆମ ଦଳ ୩୦ରୁ ୩୨ ବର୍ଷ ହେଲା ସରକାରରେ ନାହିଁ। ଏଣୁ ଏହା ଦୁର୍ବଳ ହୋଇପଡ଼ିଛି। ମାତ୍ର ଲୋକଙ୍କ ଭରସା ଜିତିବା ପାଇଁ ସମ୍ପୂର୍ଣ୍ଣ ଉଦ୍ୟମ ଚଳାଇଛୁ ବୋଲି ପ୍ରିୟଙ୍କା କହିଛନ୍ତି।

Share