ଅଲଗା ହେଲେ ଦିଶା-ଟାଇଗର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନିଙ୍କ ସମ୍ପର୍କକୁ କିଏ ବା ନ ଜଣେ। ଦୁହିଁଙ୍କ ମଧ୍ୟରେ ପେମ ସମ୍ପର୍କ ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଏପରିକି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ। ହେଲେ ତାଙ୍କ ସମ୍ପର୍କକୁ ନେଇ ଦୁହେଁ ଅଫିସିଆଲ ଘୋଷଣା କରିନଥିଲେ। ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା କୁହାଯାଉଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଦିଶା-ଟାଇଗର ସେମାନଙ୍କ ୬ ବର୍ଷର ସମ୍ପର୍କରେ ଅଲଗା ହୋଇଯାଇଛନ୍ତି। ହେଲେ ଦୁହେଁ କାହିଁକି ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ତାହା ପ୍ରଶ୍ନ ସୃଷ୍ଟି କରିଛି। ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Share