Categories: ଜାତୀୟ

ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ନିଜେ ସିନ୍ଧିଆ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କୋଭିଡ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି। କିଛି ଦିନ ତଳେ ତାଙ୍କ ପୁଅ ମହାନାର୍ଯ୍ୟମନ ସିନ୍ଧିଆଙ୍କ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ସିନ୍ଧିଆ କରୋନା ପରୀକ୍ଷା କରାଇଥିଲେ। ଫଳରେ ତାଙ୍କର ପଜିଟିଭ ଆସିଛି।

Share