ଭଲ ମଣିଷ ହେବା ଦରକାର

ଡ. ମନୋରଞ୍ଜନ ପ୍ରଧାନ

 

କଲେଜରୁ ଘରେ ପହଞ୍ଚି ଦେଖିଲି ପୁଅ ମନ ଦୁଃଖ କରିଛି। କାରଣ ଜାଣିବାକୁ ପାଇଲି, ପରୀକ୍ଷାରେ ତା’ର ସ୍ଥାନରେ ଅବନତି ଘଟିଛି, ତେଣୁ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ପରୀକ୍ଷାରେ ସେ ଶ୍ରେଣୀରେ ପ୍ରଥମ ହେଇଥିଲା, ଏଥର କିନ୍ତୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ମୁଁ ମନ ଦୁଃଖର କାରଣ ପଚାରିଲି। ପୁଅ କହିଲା- କୁହ ବାବା, ଚୋରି କରିଥା’ନ୍ତି କି? ପଚାରିଲି- ମାନେ? ପୁଅ କହିଲା- ମୁଁ ପାଞ୍ଚ ଛଅ ନମ୍ବର ପାଇଁ ଦ୍ବିତୀୟ ସ୍ଥାନରେ ରହିଲି। କିନ୍ତୁ ଯେଉଁ ଦୁଇଜଣ ସହପାଠୀ ଯୁଗ୍ମ ପ୍ରଥମ ହୋଇଛନ୍ତି, ସେମାନଙ୍କୁ ମିସ୍‌ ପରୀକ୍ଷାରେ କହିଦେଲେ; କାରଣ ସେମାନେ ତାଙ୍କ ଟ୍ୟୁଶନ ପିଲା। ସାଙ୍ଗମାନେ ମୋତେ ଦେଖି ଲେଖିବାକୁ କହିଲେ, ହେଲେ ମୁଁ ଲେଖିଲି ନାହିଁ। ଖୁସି ବ୍ୟକ୍ତକଲି କି ପୁଅ ମୋର ନମ୍ବରରେ ଯେତେ ତଳକୁ ରହୁ ପଛେ ସେ ମଣିଷ ଭଳି ମଣିଷଟିଏ ହେଉ। ତେବେ ଏଠାରେ ଶିକ୍ଷା, ଶିକ୍ଷକ, ଶିକ୍ଷାଦାନ ଓ ଶିକ୍ଷାୟତନକୁ ନେଇ କେତୋଟି ବିନ୍ଦୁ ଆଲୋଚନା କରିବା, ଯାହା ଆଜିର ସାମାଜିକ ସ୍ଥିତି ଓ ପରିସ୍ଥିତି ପାଇଁ ପ୍ରାସଙ୍ଗିକ ମନେହୁଏ।
ପ୍ରଥମତଃ, ଶିଶୁ ନିର୍ବୋଧ ନୁହେଁ; ସେ ଜଣେ ଶ୍ରେଷ୍ଠ ବିଚାରକ। ସେ ପରିବାର, ବିଦ୍ୟାଳୟ ଓ ସମାଜର ପ୍ରତିଟି ସଦସ୍ୟଙ୍କ ଆଚରଣ, କାର୍ଯ୍ୟକଳାପକୁ ପର୍ଯ୍ୟବେକ୍ଷଣ ଓ ମୂଲ୍ୟାୟନ କରିପାରେ। ହଁ ସାମାଜିକ କଟକଣା, ବଡ଼ମାନଙ୍କ ନାଲିଆଖି କିମ୍ବା ସ୍ବତନ୍ତ୍ରତାର ଅଭାବରୁ ସେ ଘଟୁଥିବା ଭୁଲଗୁଡିକ ବିରୋଧରେ ସ୍ବର ଉତ୍ତୋଳନ କରିପାରେ ନାହିଁ। ତେଣୁ ସେ ନୀରବ ରହେ। କିନ୍ତୁ ମନ ଓ ହୃଦୟରେ ଅସାମାଜିକ ତଥା ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଘୃଣା କରେ। ତେଣୁ ମାତାପିତା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିଶୁର ତତ୍ତ୍ୱାବଧାନରେ ଥିବା ବ୍ୟକ୍ତିବିଶେଷଙ୍କ ଆଚରଣ ଉଚ୍ଚାରଣ ମାର୍ଜିତ ଓ ଶିକ୍ଷଣୀୟ ହେବା ଉଚିତ। ନଚେତ୍‌ ପିଲାଟି ଆଖିରେ ଛୋଟ ହେବାକୁ ପଡ଼ିବ, ଅଥବା କୋମଳ ହୃଦୟ ଶିଶୁଟିକୁ ସେମାନଙ୍କ ଭଳି ମନ୍ଦ ବୁଦ୍ଧିଆ ହୋଇ ନିଜର ଓ ସମାଜର କ୍ଷତି କରିବା ପାଇଁ ପଥ ପରିଷ୍କାର ହୋଇଯିବ।
ଦ୍ୱିତୀୟରେ, କୋମଳମତି ବାଳିକା ବାଳକଙ୍କ ମନରେ ମୂଲ୍ୟବୋଧ ରୂପକ ଚାରାଟିଏ ବାଲ୍ୟକାଳରୁ ରୋପଣ କରିଦେଲେ, ତାହା ପରବର୍ତ୍ତୀ ଜୀବନରେ ମାର୍ଜିତ ସଂସ୍କାର ଓ ଆଚରଣରେ ପରିଣତ ହୋଇପାରେ। ଆମେ ଶିଶୁମାନଙ୍କୁ ଅମୃତ ସନ୍ତାନ ବୋଲି କହିଥାଉ। ସେମାନେ କିପରି ଗଢିହେବେ ତାହା ଏ ସମାଜ ଉପରେ ନିର୍ଭରଶୀଳ। ଆମ ସଂସ୍କାର, ବିଚାର ଓ ମାର୍ଗଦର୍ଶନ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ମାଣ କରିବ। ବିଶିଷ୍ଟ ଶିକ୍ଷାବିତ୍‌ ରୁଷୋ କହନ୍ତି- ଜନ୍ମ ସମୟରେ ଶିଶୁଟି ପବିତ୍ର ହୋଇଥାଏ। କିନ୍ତୁ ଏ କଳୁଷିତ ସମାଜ ସମ୍ପର୍କରେ ଯେତେବେଳେ ସେ ଆସେ କଳୁଷିତ ହୋଇଯାଏ। ତେଣୁ ଶିଶୁମାନଙ୍କ ପାଇଁ ସେ ବିଯୁକ୍ତାତ୍ମକ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ। ଅର୍ଥାତ୍‌ ଶିଶୁଟିକୁ ମହାମାନବ ବା ଦାନବରେ ପରିଣତ କରିବାରେ ପରିବାର ଓ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାଟି ବେଳରୁ ସେମାନଙ୍କ ମନରେ ସକାରାତ୍ମକ ଚିନ୍ତାଧାରା, ଆଧ୍ୟାତ୍ମିକ ଚିନ୍ତନ, ରାଷ୍ଟ୍ର ଭକ୍ତି ରୂପକ ଚାରାମାନ ରୋପଣ କରିପାରିଲେ; ସେମାନେ ଭବିଷ୍ୟତରେ ଶ୍ରେଷ୍ଠ ନାଗରିକ ଭାବରେ ଏ ଦେଶର ମଙ୍ଗ ଧରିପାରିବେ। ନଚେତ୍‌ ନମ୍ବର ଖେଳରେ ପ୍ରତିଯୋଗିତା କରି କରି ସଫଳ ଜୀବନ ଯୁଦ୍ଧରେ ବିଫଳ ହୋଇଯିବେ। ତେଣୁ ବିଶେଷକରି ମାତାପିତା ଓ ଶିକ୍ଷାଦାତାଙ୍କ ଆଚରଣ ଓ ଉଚ୍ଚାରଣ ପ୍ରେରଣାଦାୟୀ ତଥା ଶିକ୍ଷଣୀୟ ହେବା ଜରୁରୀ।
ତୃତୀୟରେ, ଶିଶୁ ଅନୁକରଣପ୍ରିୟ। ସେ ଅନ୍ୟକୁ ଶୁଣେ, ପଢ଼େ ଏବଂ ଅର୍ଜିତ ଜ୍ଞାନ ଓ ତଥ୍ୟ ଉପଯୁକ୍ତ ସମୟରେ ଉପଯୋଗ କରିପାରେ। ପିଲାଟି ବେଳରୁ ମାଆବାପା ବା ଜେଜେଜେଜୀଙ୍କ କୋଳରେ ବସି ଶୁଣିଥିବା ଛୋଟ ଛୋଟ କାହାଣୀ, ପୌରାଣିକ କଥା ଶିଶୁଟିକୁ ମହାମାନବ କରିଦିଏ। ହରିଶ୍ଚନ୍ଦ୍ର ନାଟକ ବାଳକ ମୋହନ ଦାସଙ୍କୁ ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ କରିଦେଲା। ଜିଜାବାଈଙ୍କ ପ୍ରେରଣାଦାୟୀ କଥୋପଦେଶ ଏ ଦେଶକୁ ଶ୍ରେଷ୍ଠ ସମ୍ରାଟ୍‌ ଛତ୍ରପତି ଶିବାଜୀ ରୂପେ ସମର୍ପିତ କରିପାରିଲା। ତେଣୁ ପିଲାଙ୍କୁ ଜାଣିବା, ବୁଝିବା ଓ ସୁଯୋଗ ସୁବିଧା ଅନୁସାରେ ସେମାନଙ୍କ ମନରେ ଭଲ ମଣିଷଟିଏ ହେବା ପାଇଁ ପ୍ରେରଣା ଯୋଗାଇଦେବା ଆମର କାମ।
ଚତୁର୍ଥରେ, ଶିକ୍ଷକ ନିଜ ଆଚରଣରେ ସାମାନ୍ୟ ବ୍ୟତିକ୍ରମ ବା ତ୍ରୁଟି ପ୍ରଦର୍ଶନ କଲେ ଶିଷ୍ୟ ଆଖିରେ ଛୋଟ ହୋଇଯାଏ। ସେ ମୁହଁ ଖୋଲି ବ୍ୟକ୍ତ ନ କରିପାରିଲେ ମଧ୍ୟ ହୃଦୟ କନ୍ଦରରେ ସେଭଳି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନାପସନ୍ଦ କରେ। ତେଣୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିଶୁମାନଙ୍କ ଆଖିରେ ଦେବଦେବୀଙ୍କ ଭଳି କାର୍ଯ୍ୟ କରିବା ଉଚିତ। ପଞ୍ଚମରେ, କପି ବା ନକଲ କରିବା ଭଳି ଘୃଣ୍ୟ କାର୍ଯ୍ୟ ସବୁ ସ୍ତରରେ ନିରୁତ୍ସାହିତ ହେବା ଉଚିତ। ଟ୍ୟୁଶନ ଶିକ୍ଷକ ଭାବରେ ନିଜ ପିଲାମାନଙ୍କର ନମ୍ବର ବଢ଼େଇବାର ନିଶା ହୁଏତ ସାମୟିକ ଭାବରେ ଲାଭଦାୟକ, କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ପିଲାଙ୍କ ସହ ସାହାଯ୍ୟ ପାଇଥିବା ପିଲାଟି ଆଖିରେ ଶିକ୍ଷକ ଘୃଣାର ପାତ୍ର ହୋଇଯିବ; କାରଣ ସମୟ ଆସିବ ପିଲାଟି ବୁଝିପାରିବ କପି ପାଇ ବଡ଼ ବୁଦ୍ଧିଆ ହେବାର ପରିଣାମ। ଅନ୍ତତଃ ସେ ଯେତେବେଳେ ମା’ବାପା ଭୂମିକାରେ ନିଜ ପିଲାର ପାଠପଢ଼ା କଥା ଚିନ୍ତା କରିବ ସେ ସେଦିନ ନିଶ୍ଚୟ ବୁଝିପାରିବ ତାଙ୍କ ଶିକ୍ଷକଙ୍କ ତ୍ରୁଟିପୂର୍ଣ୍ଣ ଅନୁକମ୍ପାର କୁପ୍ରଭାବ।
ଶେଷରେ, ଶିଶୁକୁ ଧୈର୍ଯ୍ୟର ସହିତ ଶୁଣିବା ଓ ଜାଣିବା ଉଚିତ୍‌। ତା’ପରେ ତା’ ସମ୍ପର୍କରେ ମନ୍ତବ୍ୟ ଦେବା ଉଚିତ। ବିଶେଷକରି ମାତାପିତାମାନେ ପିଲାଙ୍କୁ ମାର୍କ ଯନ୍ତ୍ର ବା ଟଙ୍କା ରୋଜଗାର ଶ୍ରମଜୀବୀଟିଏ କରିବାକୁ ନ ପ୍ରବର୍ତ୍ତାଇ, ମଣିଷ ଭଳି ମଣିଷଟିଏ ହେବାକୁ ପ୍ରେରଣା ଦିଅନ୍ତୁ।
ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri