ନୂଆଦିଲ୍ଲୀ,୨୧।୧: ଭାରତୀୟ ଦଳ ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବ। ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସୁଛି। ଭାରତକୁ ୫ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିବ। ଏହି ସିରିଜ୍ରେ ସମସ୍ତଙ୍କ ନଜର ସିରିଜ ବିରାଟ କୋହଲିଙ୍କ ଉପରେ ରହିବ। ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପାନେସର କହିଛନ୍ତି, ଯଦି ଆପଣ ବିରାଟ କୋହଲିଙ୍କୁ ଅଉଟ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କ ଇଗୋକୁ ହର୍ଟ କରନ୍ତୁ।
ମଣ୍ଟି କହିଛନ୍ତି, ବିରାଟ କୋହଲିଙ୍କ ଇଗୋ ସହିତ ଖେଳ ଏବଂ ତାଙ୍କୁ ବ୍ୟସ୍ତ ରଖ। କାରଣ ବେନ ଷ୍ଟୋକ୍ସ ଦିନିକିଆ ଏବଂ ଟି-୨୦ ବିଶ୍ୱକପ ଜିତିଛନ୍ତି କିନ୍ତୁ କୋହଲି ନୁହଁନ୍ତି। ତେଣୁ ଆପଣ ତାଙ୍କୁ ଏହିପରି କହି ସ୍ଲେଜିଂ କରିପାରିବେ।