Posted inଫୁରସତ

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର କାର୍‌ଗୁଡ଼ିକ ସାଧାରଣ କାର୍‌ଠାରୁ ଭିନ୍ନ ହୋଇଥାଏ; ଯାହାକି ସମସ୍ତଙ୍କୁ ଆକର୍ଷିତ କରେ। ତେବେ ଏଠି ଯେଉଁ ଏଫ୍‌୧ କାର୍‌ ଦେଖୁଛନ୍ତି ତାକୁ ଦ୍ରୁତ ବେଗରେ ଚଳାଇ ହେବନି। ହେଲେ ଏହାକୁ ଖାଇ ପାରିବେ। ଭାବୁଥିବେ ଏହା କେମିତି ସମ୍ଭବ ବୋଲି। କଥା କ’ଣ କି ଉକ୍ତ କାର୍‌ଟି ତିଆରି ହୋଇଛି ବ୍ରେଡ୍‌ରେ। ସିଙ୍ଗାପୁର, ସ୍କଟ୍ସରେ ଏହା ପ୍ରଦର୍ଶିତ ହୋଇଥିଲା। ୬ ଜଣ ସେଫ୍‌, ୨ ଜଣ ଟେକ୍ନିସିଆନ୍‌, ୫ ଜଣ ଭଲ୍ୟୁଣ୍ଟିୟର୍‌ ଟିମ୍‌ ମିଶି ଏହି ବ୍ରେଡ୍‌ ଏଫ୍‌୧ ରେସିଂ କାର୍‌ଟି ତିଆରି କରିଛନ୍ତି। ଏହି ବ୍ରେଡ୍‌ କାର୍‌ ଏସିଆର ସବୁଠୁ ବଡ଼ ବୋଲି କୁହାଯାଉଛି। ଏହି ଲାଇଫ ସାଇଜ୍‌ ବ୍ରେଡ୍‌ ରେସିଂ କାର୍‌କୁ ତିଆରି କରିବା ଲାଗି ୧୫ କେଜି ଇଷ୍ଟ, ୧୪ ଲିଟର ପାଣି, ୨ କେ.ଜି. ଲୁଣ ଏବଂ ୧୦୮୦୦ ଏମ୍‌ଏଲ ଫୁଡ ଭାର୍ନିଶ ସହ ଏଥିରେ ୧୦୦୦ ଲୋଭ୍‌ସ, ୨୨ ପ୍ରକାରର ବ୍ରେଡ୍‌ ବ୍ୟବହାର ହୋଇଛି। ୧୫୦୦୦ ଡଲାର ମୂଲ୍ୟର ଏହି କାର୍‌କୁ ତିଆରି କରିବା ଲାଗି ୫୪୯ ଘଣ୍ଟା ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର...

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri