Posted inଫୁରସତ

ମଣିଷ ଚିହ୍ନିବାରେ ଭୂଲ କରିଦେଇଛନ୍ତି କି? ଚାଣକ୍ୟଙ୍କ ଏହି ୪ଟି କଥା ଜାଣିଲେ ପଶ୍ଚାତାପ କରିବେନି

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ ଭୁଲ ହୋଇଯାଇଥାଏ। ଏପରି ନ ହେବା ଲାଗି ଚାଣକ୍ୟ ନୀତିର ପଞ୍ଚମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ କହିଛନ୍ତି:

ଘୋରିବା, କାଟିବା , ନିଆଁରେ ତତାଇବା ଏବଂ ପିଟିବା। ଏହି ଚାରି ଜିନିଷ ବ୍ୟବହାର କରି ସୁନାର ଶୁଦ୍ଧତା ପରୀକ୍ଷା କରାଯାଇଥାଏ। ଠିକ୍‌ ସେଭଳି ବ୍ୟକ୍ତିର ପରିଚୟ ତାର ଆଚରଣ, ଗୁଣ, ତ୍ୟାଗ ଏବଂ କର୍ମ ଭାବନା ଆଦିକୁ ନେଇ ହୋଇଥାଏ।

-ଚାଣକ୍ୟ କୁହନ୍ତି ଭଲ ଏବଂ ସଚ୍ଚୋଟ ବ୍ୟକ୍ତିମାନଙ୍କ ମନରେ ତ୍ୟାଗର ଭାବନା ଥାଏ। ଯିଏ ଅନ୍ୟର ସୁଖ ପାଇଁ କିଛି କରିପାରେନାହିଁ, ସେ ଭଲ ମଣିଷ ନୁହନ୍ତି। ଅନ୍ୟର ଖୁସି ପାଇଁ ନିଜର ଖୁସି ତ୍ୟାଗ କରୁଥିବା ବ୍ୟକ୍ତିକୁ ଭଲ ମଶିଷ ଭାବରେ ଗଣାଯାଏ।

-ବ୍ୟକ୍ତିକୁ ପରଖିବାର ପ୍ରମୁଖ ଗୁଣ ହେଉଛି ଚରିତ୍ର। ଯେଉଁମାନେ କୁକର୍ମ କରନ୍ତି ନାହିଁ ଏବଂ ଅନ୍ୟମାନଙ୍କ ପାଇଁ ନିଜ ମନରେ ଭୁଲ ଭାବନା ରଖନ୍ତି ନାହିଁ ସେମାନେ ଶ୍ରେଷ୍ଠ।

– ଯଦି କୌଣସି ବ୍ୟକ୍ତିର ସ୍ବଭାବ କିଭଳି ଜାଣିବାକୁ ଚାହାନ୍ତି ତେବେ ତା ମଧ୍ୟରେ କି-କି ଗୁଣ ରହିଛି ତାହା ଦେଖିବା ଜରୁରୀ । ଯଦି ବ୍ୟକ୍ତି ବେଶି ରାଗୁଥାଏ, କଥା କଥାରେ ମିଛ କହୁଥାଏ, ଅହଙ୍କାର ଭର୍ତ୍ତି ଥାଏ ଏବଂ ଅନ୍ୟର ଅପମାନ କରେ, ତେବେ ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

– ବ୍ୟକ୍ତି କେଉଁ ପରିବାରରେ ଜନ୍ମ ନେଇଛି, ବ୍ୟକ୍ତିର କର୍ମ କିଭଳି ତାହା ଜାଣିବା ଆବଶ୍ୟକ । କାରଣ ଏହି ଜିନିଷ ଆଧାରରେ ଜଣେ ବ୍ୟକ୍ତିଙ୍କୁ ପରଖା ଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

ବିଶ୍ୱ ଧ୍ୱଂସ ପାଇବା ନେଇ ଏବେଯାଏ କେତେ ଭବିଷ୍ୟବାଣୀ ହୋଇଛି, ସବୁଠାରୁ ଭୟଙ୍କର ଭବିଷ୍ୟବାଣୀ କେଉଁଟି?

ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ଯିଏ ଆସିଛି ସେ ନିଶ୍ଚିତ ଯିବେ। ଯିଏ ଜନ୍ମ ହୋଇଛି ତାହାର ମୃତ୍ୟୁ ନିଶ୍ଚିତ। ଯେପରି ବ୍ରହ୍ମଙ୍କୁ ସୃଷ୍ଟି କରାଯାଇଥିଲା,...

ଏହି ଧର୍ମର ଲୋକ ଏଲିଅନଙ୍କୁ ପୂଜା କରନ୍ତି, ତୋଳିଲେଣି ୬୦୦ରୁ ଅଧିକ ମନ୍ଦିର

ବ୍ରାଜିଲର ‘ସୂର୍ଯ୍ୟୋଦୟ ଉପତ୍ୟକା’ କିମ୍ବା ‘ଉଦୟ ଉପତ୍ୟକା’ ଏପରି ଏକ ଧର୍ମ ଯାହା ଏହାର ଅନନ୍ୟ ବିଶ୍ୱାସ ଏବଂ ଏଲିଏନଙ୍କ ପୂଜା ପାଇଁ ସାରା ବିଶ୍ୱରେ...

ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର...

କଞ୍ଚା ଲଙ୍କା ଠାରୁ ଆରମ୍ଭ କରି ଶୁଖିଲା ଲଙ୍କା, କାହିଁକି ଏତେ ରାଗ ହୋଇଥାଏ?

ରୋଷେଇ ପାଇଁ ବ୍ୟବହୃତ ମସଲା ମଧ୍ୟରେ ଲଙ୍କା ଏକ ଅତ୍ୟାବଶ୍ୟକ ମସଲା। ଏହା ବିନା ଖାଦ୍ୟ ସ୍ବାଦହୀନ ଲାଗେ। ଅତି କମରେ ଭାରତୀୟମାନେ ସେମାନଙ୍କ ଦୈନନ୍ଦିନ...

୨୦୨୬ ଏହି ତାରିଖରେ ବିଶ୍ୱର ଅନ୍ତ ଘଟିବ! ଭୟଭୀତ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୧୫।୩: ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ହାଇଞ୍ଜ ଭନ ଫୋର୍ଷ୍ଟରଙ୍କ ଅନୁସାରେ, ୨୦୨୬ ମାନବଜାତି ପାଇଁ ଏକ ବହୁତ ଖରାପ ବର୍ଷ ହୋଇପାରେ। ଚଳିତ ବର୍ଷ ନଭେମ୍ବର ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image