ଛୋଟ ଛୋଟ କଥାକୁ ନେଇ କଳହ ଉପୁଜୁଛି କି? ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁଟିପ୍ସ ଜାଣିରଖନ୍ତୁ…

ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପତ୍ନୀପତିଙ୍କ ଭିତରେ କଥା କଟାକଟି ହୋଇଥାଏ। ଏହା ସାଧାରଣ ଲାଗିଲେ ବି ଏହା ପଛରେ ମଧ୍ୟ ବାସ୍ତୁଦୋଷର କିଛିଟା ଭୂମିକା ରହିଥିବା ବିଶ୍ୱାସ କରାଯାଏ। ଯେମିତିକି:

*ବାସ୍ତୁଶାସ୍ତ୍ର ଅନୁଯାୟୀ, ସୁଖୀ ଦାମ୍ପତ୍ୟ ପାଇଁ ପତ୍ନୀପତିଙ୍କର ବେଡ୍‌ରୁମ୍‌ ଉତ୍ତର-ପଶ୍ଚିମ ଦିଗରେ ରହିବା ଦରକାର। ଯଦ୍ଦ୍ବାରା ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇଥାଏ।

*ସମ୍ପର୍କରେ ତିକ୍ତତା ଦୂର କରିବାକୁ ହେଲେ, ପତ୍ନୀପତି ବେଡ୍‌ରୁମ୍‌ର କାନ୍ଥରେ ହାଲ୍‌କା ରଙ୍ଗର ପ୍ରୟୋଗ କରିବା ସହ ରୁମ୍‌ରେ ତାଜା ଫୁଲ ରଖିପାରିବେ।

* ପତ୍ନୀଙ୍କୁ ବେଡ୍‌ର ବାମପଟେ ଓ ପତିଙ୍କୁ ବେଡ୍‌ର ଡାହାଣ ପଟେ ଶୋଇବା ଦରକାର। ଏହାଦ୍ୱାରା ସମ୍ପର୍କରେ ଭଲ ପାଇବା ବଢିଥାଏ।

* ପତ୍ନୀପତି ବେଡ୍‌ରୁମ୍‌ରେ ଯୋଡ଼ା ହଂସର ଫଟୋକୁ ଲଗାଇପାରିବେ। କୁହାଯାଏ, ଏହାଦ୍ୱାରା ବି ସମ୍ପର୍କ ନିବିଡ଼ ହୋଇଥାଏ।

* ସମୟାନୁସାରେ ବେଡ୍‌ର ଡିଜାଇନ୍‌ ବି ଦିନକୁ ଦିନ ଆଧୁନିକ ହେଉଛି। ଲୋକେ କାଠ ଖଟ ତୁଳନାରେ ଏବେ ମେଟାଲ୍‌ ଅବା ଡିଜାଇନର୍‌ ଖଟ ବ୍ୟବହାର କରିବାକୁ ବେଶୀ ଭଲ ପାଉଛନ୍ତି। କିନ୍ତୁ ବାସ୍ତୁ ଅନୁଯାୟୀ, ପତ୍ନୀପତିଙ୍କୁ ସର୍ବଦା କାଠ ଖଟରେ ଶୋଇବା ଦରକାର; କାରଣ ଏହାର ସୁପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ପଡିଥାଏ।

* ଦମ୍ପତିଙ୍କୁ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଦରକାର। କାରଣ ଏହାଦ୍ୱାରା ଶରୀର ଭଲ ରହିବା ସହ ସମ୍ପର୍କ ନିବିଡ଼ ହୋଇଥାଏ।

*ଏସବୁ ପରେ ବି ସୁଖୀ ଦାମ୍ପତ୍ୟ ପାଇଁ ପତ୍ନୀପତିଙ୍କ ଭିତରେ ବିଶ୍ୱାସ ଓ ଉତ୍ତମ ବୁଝାମଣା ରହିବା ନିହାତି ଜରୁରୀ ବୋଲି ବାସ୍ତୁବିତତ୍ମାନେ ମତ ଦେଇଥାନ୍ତି।