Categories: ଫୁରସତ

୩୦ ବର୍ଷ ହେଲା କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତି। ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କଲେ ମଧ୍ୟ ସତ। ଲକ୍ଷ୍ନୌର ବିନୋଦ କୁମାର ପାଣ୍ଡେ ତାଙ୍କ ଘରର ଛାତ ଏବଂ ବଗିଚାରେ ସବୁ ପ୍ରକାର ପନିପରିବା ଚାଷ କରିଛନ୍ତି। ୩୦ ବର୍ଷ ଧରି ସେ ଏହା କରିଆସୁଛନ୍ତି। ଫଳରେ ତାଙ୍କୁ ବଜାରରୁ ଆଉ ପରିବା କିଣିବାକୁ ପଡୁନି। ଆଜିକାଲି ଟମାଟୋ ମହଙ୍ଗା ହେବା ମଧ୍ୟ ବିନୋଦଙ୍କ ଉପରେ ପ୍ରଭାବ ପକାଇ ନ ଥିଲା। କାରଣ ବିନୋଦ ତାଙ୍କ ଛାତରେ ବହୁ ସଂଖ୍ୟକ ଟମୋଟୋ ଲଗାଇଛନ୍ତି।
ବିନୋଦ ଏକ କମ୍ପାନୀରେ କାମ କରନ୍ତି କିନ୍ତୁ ପନିପରିବା ଚାଷ କରିବା ହେତୁ ଲୋକମାନେ ତାଙ୍କୁ ’ଲକ୍ଷ୍ନୌର ଭେଜିଟେବଲ ମ୍ୟାନ’ ବୋଲି ଡାକନ୍ତି।

Share