କନଷ୍ଟେବଳଙ୍କ ଉପରକୁ ଗରମ ପାଣି ପକାଇଲେ ହାବିଲଦାର, ପରେ…

ବାରିପଦା,୨୬ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଛୋଟପିଲା ମାରପିଟ୍‌ ହେଉଥିବା ଆପଣ ଦେଖିଥିବେ। ମାତ୍ର ଉଚ୍ଚପଦସ୍ଥ କର୍ମଚାରୀଙ୍କ ଏଭଳି ଆଚରଣ ଆପଣ କେବେ ଶୁଣି ନ ଥିବେ କି ଦେଖି ନଥିବେ । ମାରପିଟ ତ ଛାଡ଼ ସିଧା ଗରମ ପାଣି ଉପରେ କଥା। ଅଗ୍ନିଶମ କନଷ୍ଟେବଳଙ୍କ ଉପରେ ଗରମ ପାଣି ଫିଙ୍ଗଛନ୍ତି ହାବିଲଦାର। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ। ବିଳମ୍ବରେ କାର୍ଯ୍ୟାଳୟରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହାବିଲଦାର ଜଣଙ୍କ କନଷ୍ଟେବ ଦୁଷ୍ମନ୍ତ କୁନାର ଦେହୁରୀଳଙ୍କ ଉପରକୁ ଗରମ ପାଣି ପକାଇଥିଲେ।

ସୂଚନାଯୋଗ୍ୟ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟାରତ ଆଗ୍ନିକ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯଳୟ ପରିସରରେ ପହଞ୍ଚିଥିଲେ । ଏଥିନେଇ ସେଠାରେ କାର୍ଯରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ । ତେବେ ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ଫୁଟିଥିବା ଥ‌ିବା ଗରମ ପାଣି ଆଣି ସେ ଦୁଷ୍ମନ୍ତ ଉପରକୁ ଛାଟି ଦେଇଥିଲେ । ଫଳରେ ତାଙ୍କର ଦୁଇ ଜଂଘ ଏବଂ ଗୋଡରେ ଗରମ ପାଣି ପଡିବାରୁ ସେ ଗୁରୁତର ଆହାତ ହୋଇଥିଲେ । ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ ସାଥି‌ କର୍ମଚାରୀ ମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ପଠାଇ ଦିଆ ଆଯାଇଛି ।

Share