ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଟଙ୍କା, ସୁନା ଗହଣା ଲୁଟିନେଲେ ଯୁବକ, ଆଉ ତା’ ପରେ…

ଖଣ୍ଡପଡ଼ା,୪ା୯(ଅଜୟ କୁମାର ମହାରଣା): ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଜଣେ ଯୁବକ ସୁନା ଗହଣା ଓ ଟଙ୍କା ଲୁଟ୍‌ କରି ନେଇଛନ୍ତି। ଏନେଇ ଖଣ୍ଡପଡ଼ା ଥାନା ପୋଲିସ ବୁଧବାର ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖଣ୍ଡପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ସମ୍ପୃକ୍ତ ଯୁବକ ହେଲେ ଖଣ୍ଡପଡ଼ା ସହରର ଯୁବକ କବି ବେହେରା। ଖଣ୍ଡପଡ଼ା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, କବି ସ୍ଥାନୀୟ ଅଞ୍ଚଳ ଜଣେ ମହିଳାଙ୍କ ସହ ସୁସମ୍ପର୍କ ସ୍ଥାପନ କରିଥିଲେ। ପରେ କୌଶଳ କ୍ରମେ ତାଙ୍କଠାରୁ ସୁନାଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ।