Advertisement

ପାଖରେ ନାହିଁ ଅର୍ଥ, ଝିଅର ଚିକିତ୍ସା ପାଇଁ  ସହାୟତା ନିବେଦନ କଲେ ମା’

ଛତ୍ରପୁର,୧୯।୧୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ବାସିନ୍ଦା ପ୍ରିୟଙ୍କା ଗୌଡ଼ଙ୍କ ଝିଅ  ଶ୍ରୀୟା ଦୀର୍ଘ ୧୦ ବର୍ଷ ହେବ ମସ୍ତିଷ୍କ ବିକୃତି ରୋଗରେ ପୀଡିତ ଅଛନ୍ତି । ଏଣୁ ସରକାରୀ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ଜିଲାପାଳଙ୍କୁ ପ୍ରିୟଙ୍କା  ନିବେଦନ କରିଛନ୍ତି । ତାଙ୍କ ଝିଅ କଥାବାର୍ତ୍ତା କରିପାରୁ ନାହାନ୍ତି । ବିଭିନ୍ନ ସରକାରୀ ଡାକ୍ତରଖାନାରେ ଏବେବି ଚିକିତ୍ସା ଚାଲିଛି। ଏହି ଚିକିତ୍ସା ପାଇଁ ଲକ୍ଷାଧିକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି। ତାଙ୍କ ସ୍ବାମୀ ଦିନ ମଜୁରିଆ କାମ କରି ପରିବାର ପ୍ରତି ପୋଷଣ କରିବା ସହ ସେହିଥିରୁ ଝିଅର ଚିକିତ୍ସା ଖର୍ଚ୍ଚ ତୁଲାଇଥାନ୍ତି।
ପ୍ରକାଶ ଥାଉକି, ବର୍ତ୍ତମାନ ପର୍ଯ୍ୟନ୍ତ ଝିଅ କଥାବାର୍ତ୍ତା କରିପାରୁ ନାହାନ୍ତି କି ଚଲାବୁଲା କରିପାରୁନାହାନ୍ତି। ଏ ନେଇ ତାଙ୍କ ପରିବାରରେ ଆର୍ଥିକ ସଙ୍କଟ ଓ ମାନସିକ ଅଶାନ୍ତି ବଢ଼ିବା ସହିତ ପ୍ରିୟଙ୍କା ଏକ ପ୍ରକାର ଭାଙ୍ଗିପଡ଼ିଛନ୍ତି। ବ୍ରହ୍ମପୁର ସରକାରୀ ଓ ବେସରକାରୀ, ଭୁବନେଶ୍ୱର, ଓଲଟପୁର ଓ ବେଙ୍ଗାଲୁରୁ ଡାକ୍ତରଖାନାରୁ  ଚିକିତ୍ସା ହୋଇ ମଧ୍ୟ କୌଣସି ସୁଫଳ ମିଳପାରିିନାହିଁ । ସରକାରୀ ଆର୍ଥିକ ସହାୟତା ମିଳିଲେ  ଝିଅର ଚିକିତ୍ସା କରାଇ ପାରିବେ ବୋଲି କୋହଭରା କଣ୍ଠରେ ପ୍ରିୟଙ୍କା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share