ହାଓ୍ବାଇ ଜଙ୍ଗଲରେ ଭୟଙ୍କର ଅଗ୍ନୀକାଣ୍ଡ! ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁଲେ ଲୋକେ

ହଓ୍ବାଇ ଦ୍ୱିପ,୧୦।୮: ହାଓ୍ବାଇ ଦ୍ୱିପରେ ଲାଗିଥିବା ଜଙ୍ଗଲ ନିଆଁରେ ଏବେ ପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାୱାଇ ଦ୍ୱୀପରେ ଜଙ୍ଗଲୀ ନିଆଁ ଲାଗିବା ସହ ଲାହିନା ସହର ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ମାଉଇ କାଉଣ୍ଟି ସରକାର ଏକ ବୟାନରେ କହିଛନ୍ତି ଯେ ଅଗ୍ନିଶମ ସେବା ନିଆଁ ଲିଭାଇବାରେ ଲାଗିଛି, କିନ୍ତୁ ଏହି ଅଗ୍ନିକାଣ୍ଡରେ ସମୁଦାୟ ୩୬ଜଣଙ୍କର ମତ୍ୟୁୁ ଘଟିଛି।
ହାୱାଇର ଜରୁରୀକାଳୀନ ପରିଚାଳନା ଏଜେନ୍ସି ଏକ ବୟାନରେ କହିଛି ଯେ ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ଅଗ୍ନିକାଣ୍ଡରେ ଘର, ବ୍ୟବସାୟ, ସର୍ଭିସ ତଥା ମାଉଇ ଦ୍ୱୀପରେ ରହୁଥିବା ୩୫,୦୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ଏଜେନ୍ସି କହିଛି ଯେ ଏହି ଅଗ୍ନିକାଣ୍ଡରେ ୨,୦୦୦ ଏକରରୁ ଅଧିକ (୮୦୦ହେକ୍ଟର) ଜଳିଯାଇଛି। ଜଙ୍ଗଲରେ ଯେଉଁ ନିଆଁ ଲାଗିଛି ତାହା ଏବେବି ନିୟନ୍ତ୍ରଣରେ ନାହିଁ।
ପ୍ରବଳ ପବନ ଏବଂ ଶୁଷ୍କ ଅବସ୍ଥା ହାୱାଇର ଅନେକ ଅଂଶକୁ ଲାଲ ଜୋନ ଭିତରକୁ ଠେଲି ଦେଇଛି, କିନ୍ତୁ ବର୍ତ୍ତମାନ କିଛି ଆଶ୍ୱସ୍ତି ମିଳିଛି। ଏହା ବ୍ୟତୀତ ବିଗ ଆଇଲ୍ୟାଣ୍ଡ ଏବଂ ମାଉଇରେ ଭୟଙ୍କର ନିଆଁ ଜଳୁଛି। ଭୟଭୀତ ଲୋକମାନେ ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ସମୁଦ୍ରକୁ ଡେଇଁ ପଡିଛନ୍ତି। ଅଧିକାରୀମାନେ ବୁଧବାର କହିଛନ୍ତି ଯେ ଲାହାଇନା ସହରରେ ୨୭୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି କିମ୍ବା ନଷ୍ଟ ହୋଇଯାଇଛି।

Share