ସବୁଠାରୁ ୟୁନିକ ହେଜେଲଙ୍କ ପୁଅର ନାମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହେଜେଲ କେଚ ଓ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ଘରକୁ ଚଳିତ ବର୍ଷ ଜାନୁଆରୀରେ ଆସିଥିଲେ ଜଣେ ନୂଆ ଅତିଥି । ହେଜେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଉ ପୁଅ ଜନ୍ମ ହେବା ପରେ ହେଜେଲ ଓ ଯୁବରାଜ ତାଙ୍କର ପ୍ୟାରେଣ୍ଟହୁଡ ଲାଇଫର ମଜା ଉଠାଉଛନ୍ତି ।

କିଛିଦିନ ହେବ କପଲ ତାଙ୍କ ପୁଅର ଫଟୋ ଶେୟାର କରୁଥିବା ଦେଖାଯାଇଛି । ୧୯ ଜୁନ ଫାଦର୍ସ ଡେ’ ଅବସରରେ କପଲ ତାଙ୍କ କ୍ୟୁଟ ଲାଡଲା ସହ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ । ଏହି ଫଟୋକୁ ଶେୟାର କରି ହେଜେଲ ଓ ଯୁବରାଜ ତାଙ୍କ ପୁଅର ନାମ କହିଥିଲେ ।
ହେଜେଲ ଓ ଯୁବରାଜ ତାଙ୍କ ପୁଅର ସବୁଠାରୁ ୟୁନିକ ନାମ ରଖିଛନ୍ତି । ପୁଅର ନାଁ ହେଉଛି ‘ଓରିୟନ କିଚ ସିଂ’ । ପୋଷ୍ଟ ସହ କପଲ ଲେଖିଛନ୍ତି ବିଶ୍ୱକୁ ତୁମକୁ ସ୍ୱାଗତ ଓରିୟନ କିଚ ସିଂ । ମମି ଡାଡି ତୁମକୁ ଖୁବ୍ ଭଲ ପାଆନ୍ତି । ତୁମର ଆଖି ସବୁ ସ୍ମାଇଲ ସହ ସେମିତି ଚମକିଥାଏ ଯେମିତି ତୁମ ନାମ ତାରା ମାନଙ୍କ ମଧ୍ୟରେ ଲେଖାଯାଇଛି, ହାପି ଫାଦର୍ସ ଡେ ।
ସୂଚନା ଅନୁଯାୟୀ, ହେଜେଲ ଓ ଯୁବରାଜଙ୍କ ପୁଅର ନାମ ଏକ ୟୁନିକ ପୌରାଣିକ ଶିକାରି ଓରାୟନଙ୍କ ନାମ ଅନୁଯାୟୀ ରଖାଯାଇଛି । ଯାହାକୁ ଏକ ତାରା ମଣ୍ଡଳରେ ପରିବର୍ତ୍ତନ କରିଦିଆଯାଇଛି । ଆକାଶରେ ଏହି ତାରାମଣ୍ଡଳକୁ ଓରାୟନ ନାମରେ ଚିହ୍ନିତ କରାଯାଇଥାଏ । ଗତ ସପ୍ତାହରେ ବି ହେଜେଲ ତାଙ୍କ ପୁଅର ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଯୁବରାଜଙ୍କ ଛାତି ଉପରେ ଶୋଇଥିବା ଦେଖାଯାଇଥିଲା । ସୂଚନାଯୋଗ୍ୟ, ୧୨ ନଭେମ୍ବର ୨୦୧୫ରେ ଯୁବରାଜ ଓ ହେଜେଲଙ୍କ ନିର୍ବନ୍ଧ ହୋଇଥିବା ବେଳେ, ୩୦ ନଭେମ୍ବର ୨୦୧୬ରେ ଏମାନେ ବିବାହ କରିଥିଲେ । ବିବାହର ପ୍ରାୟ ୫ ବର୍ଷ ପରେ ଘରକୁ ନୂଆ ଅତିଥି ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri