କାର୍‌ସ ୨୪ ସହ ଏଚ୍‌ସିଆଇଏଲ୍‌ର ବୁଝାମଣା

ନୂଆଦିଲ୍ଲୀ,୧୨।୧୦: ଭାରତର ଅଗ୍ରଣୀ ଅଟୋଟେକ୍‌ ପ୍ଲାଟ୍‌ଫର୍ମ କାର୍‌ସ ୨୪ ଏବଂ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ହୋଣ୍ଡା ଏକ ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମ ପ୍ରଚଳନ କରିଛି। ଏହି ଅନନ୍ୟ କାର୍ଯ୍ୟକ୍ରମ ‘ଦ ଗ୍ରେଟ୍‌ ହୋଣ୍ଡା ଫେଷ୍ଟ କ୍ୟାମ୍ପେନ’ର ଅଂଶ ଭାବେ ପ୍ରଚଳନ କରାଯାଇଛି,ଯାହା କ୍ରୟ କରାଯାଉଥିବା ନୂଆ ହୋଣ୍ଡା କାର୍‌ଗୁଡିକ ନିମନ୍ତେ ଭବିଷ୍ୟତରେ ପୁନଃ ବିକ୍ରୟ ମୂଲ୍ୟ ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହାଦ୍ୱାରା କ୍ରେତାଙ୍କୁ ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଏଚ୍‌ସିଆଇଏଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ (ମାର୍କେଟିଂ ଆଣ୍ଡ ସେଲ୍ସ) କୁନାଲ ବେହଲ କହିଥିଲେ,ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମ ପ୍ରଚଳନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି କାର୍‌ସ ୨୪ ସହ ଆମର ସହଯୋଗିତା ଅତୁଳନୀୟ ମୂଲ୍ୟ ଏବଂ ମାନସିକ ଶାନ୍ତି ପ୍ରଦାନ ନିମନ୍ତେ ହୋଣ୍ଡାର ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି ଏବଂ କ୍ରେତାମାନଙ୍କୁ ଏକ ବିଶ୍ୱଶ୍ରେଣୀର ଗାଡ଼ିଚାଳନା ଅନୁଭୂତି ପ୍ରଦାନ ସହ ଉନ୍ନୀତ କରିବା ସମୟ ଆସିଲେ ଏକ ଉତ୍ତମ ପୁନଃ ବିକ୍ରି ସୁରକ୍ଷିତ କରିବା ସୁନିଶ୍ଚିତ କରୁଛି।
ସେହିଭଳି କାର୍‌ସ ୨୪’ର କୋ-ଫାଉଣ୍ଡର ଆଣ୍ଡ ସିଏଫ୍‌ଓ ରୁଚିତ ଅଗ୍ରୱାଲ କହିଥିଲେ, ଆମେ ଏଚ୍‌ସିଆଇଏଲ୍‌ ସହ ସହଭାଗିତାକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି କାର୍‌ ମାଲିକମାନଙ୍କୁ ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବାକୁ ଏହି ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମର ଡିଜାଇନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବରରେ ଦ ଗ୍ରେଟ୍‌ ହୋଣ୍ଡା ଫେଷ୍ଟ୍‌ର ଟ୍ରିପଲ ବୋନାଞ୍ଜା ଫାଇଦାର ଅଂଶ ଭାବେ ଗ୍ରାହକମାନେ ନଗଦ ଅର୍ଥ ରିହାତି, ରକ୍ଷଣାବେକ୍ଷଣ ପ୍ୟାକେଜ, ଆସ୍ୟୋଡ୍‌ ବାଏବ୍ୟାକ୍‌ ପ୍ରୋଗ୍ରାମ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସୁନା ଜିତିବା ଆଦି ସମେତ ବିଭିନ୍ନ ବିକଳ୍ପରୁ ଗ୍ରାହକ ଯାହାକୁ ବାଛିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri